Below header

ବ୍ଲାକ ଫଙ୍ଗସରୁ ମୁକ୍ତି ପାଇବାକୁ ପାଟି ସଫା କରିବା ଉପରେ ଦିଅନ୍ତୁ ଧ୍ୟାନ, ପାଳନ କରନ୍ତୁ ଏସବୁ ଟିପସ୍

ଏବେ ଦେଶରେ କରୋନା ସହ ବ୍ଲାକ ଫଙ୍ଗସ ସମସ୍ୟା ବି ବଡ଼ ବିପଦ ଭାବେ ଉଭା ହୋଇଛି। ଦୀର୍ଘ ଦିନ ଧରି ଷ୍ଟେରଏଡ଼ ବ୍ୟବହାର କରୁଥିଲେ କିମ୍ବା ଅକ୍ସିଜେନ୍ ସପୋର୍ଟରେ ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ବ୍ଲାକ ଫଙ୍ଗସର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଓରାଲ ଟିସୁ, ଜିଭ ଓ ମାଢିରେ ସଂକ୍ରମଣ ଆଦି ଦେଖାଯାଉଛି। ତେବେ ଆଜି ଆସନ୍ତୁ ଜାଣିବା ନିଜକୁ ହାଇଜିନ ରଖିବା ପାଇଁ ଆପଣ କି କି ଟିପସ ଆପଣାଇବେ…

ଦିନରେ କମ୍ ସେ କମ୍ ଦୁଇରୁ ତିନି ଥର ଦାନ୍ତ ଘଷନ୍ତୁ। ଏହା ଦ୍ୱାରା ପାଟିର ସଂକ୍ରମଣର ଆଶଙ୍କା କମ୍ ରହିବ ଓ ବ୍ଲାକ ଫଙ୍ଗସର ଭୟ ରହିବନି।

ନିୟମିତ ଭାବେ ଓରାଲ ରିନଜିନିଂ କରନ୍ତୁ। ଏହା ଦ୍ୱାରା ଜିଭ ଓ ମାଢି ବି ସଂକ୍ରମଣରୁ ମୁକ୍ତ ରହିବ। ଏଥିପାଇଁ ଆପଣ ବଜାରରେ ମିଳୁଥିବା ମାଉଥୱାଶ୍ ବ୍ୟବହାର କରିପାରିବେ।

ବ୍ୟବହାର କରୁଥିବା ଟୁଥ ବ୍ରଶ ଓ ଜିଭ ଛେଲାକୁ କୀଟାଣୁରହିତ କରନ୍ତୁ। ଏଥିପାଇଁ ବ୍ରଶ ଓ ଟଙ୍ଗ କ୍ଲିନରକୁ ଗରମ ପାଣିରେ ଧୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.