ପେଟରେ ଗ୍ୟାସ ତଥା ଏସିଡିଟି ଜନିତ ସମସ୍ୟାରୁ ମୁକ୍ତି ପାଇଁ ମାନନ୍ତୁ ଏହି ସହଜ ନିୟମ

ଆଜିକାଲି ପେଟ ଜନିତ ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖା ଦେଲାଣି । ଖାଦ୍ୟ ଗ୍ରହଣ କରିବା ସମୟ ଠିକ ରହୁନଥିବା ସହ ଖାଦ୍ୟରେ ଗ୍ରହଣ କରୁଥିବା ଡାଏଟ ମଧ୍ୟ ଠିକ ରରହୁନି ଯାହାଦ୍ୱାରା ଲୋକଙ୍କର ଗ୍ୟାସ ତଥା ଏସିଡିଟି ଜନିତ ସମସ୍ୟା ଦେଖାଯାଉଛି । ଏହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।

ପେଟରେ ଜ୍ୱଳନ ଏସିଡ ରିଫ୍ଲକ୍ସ କାରଣରୁ ଏହା ହୋଇଥାଏ । ଏହା ଅର୍ଥ ପେଟରେ ଥିବା ଏସିଡ ଖାଦ୍ୟନଳୀରେ ଫେରିକି ଆସୁଥିବା କାରଣରୁ ଏହା ହୋଇଥାଏ । ଏହାଦ୍ୱାରା ଯାହା ବି ଖାଦ୍ୟ ଗ୍ରହଣ କଲେ ଏହା ଏସିଡିଟି ହୋଇଯାଏ । ପେଟରେ ଜ୍ୱଳନ ସମସ୍ୟା ଦେଖାଯାଏ । ଏହା ମୋଟାପଣ, ମଦ ପାନ, ଧୂମ୍ରପାନ, ହାର୍ନିଆ ଓ ପେଟରେ ଅଲସର ଜିନତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗ୍ରହଣ କରୁଥିବା ଔଷଧ ପାଇଁ ହୋଇଥାଏ । ତେବେ ଏଥିରେ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଟିପ୍ସ ।

– ଯଦି ପେଟରେ ଜ୍ୱଳନ ସମସ୍ୟା ଦେଖାଯାଏ ତେବେ ଖାଇବା ପରେ କିଛି ଗୁଡ଼ ଖାଆନ୍ତୁ । ଏହାଦ୍ୱାରା ପାଚନ ପ୍ରକ୍ରିୟା ଠିକ ରୂପେ କାର୍ଯ୍ୟ କରିଥାଏ ।

– ଦହି ସେବନ କରିବା ଦ୍ୱାରା ପେଟରେ ଜ୍ୱଳନ ସମସ୍ୟା କମିଥାଏ । ଏଥିରେ ଥିବା ଏଣ୍ଟାସିଡ ଗୁଣ ପେଟରେ ଜ୍ୱଳନ ସମସ୍ୟାକୁ କମ କରିଥାଏ ।

– ଅଦା ରସରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ , ଯାହା ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆକୂ ମାରିଥାଏ । ଲେମ୍ବୁ ଓ ଅଦା ସହ ମହୁ ମିଶାଇ ଖାଆନ୍ତୁ । ଏହା ଜ୍ୱଳନ ସମସ୍ୟାରୁ ମୁକ୍ତିି ଦେବ ।

– ଏହାସହ ଆପଣ ପାନମହୁରୀ ପାଣି, ଆଲୋବେରା ଜୁସ ସେବନ କରିବା ସହ ତୈଳ ଓ ମସଲା ଯୁକ୍ତ ଖାଦ୍ୟଠୁ ଦୂରେଇ ରହନ୍ତୁ । ତିମ୍ବାଖୁ ବର୍ଜନ ସହ ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.