ଶବନମଙ୍କ ଫାଶୀ ଦଣ୍ଡାଦେଶ କୋହଳ ଜାଚିକା ଖାରଜ କଲେ ମାନବାଧିକାର କମିଶନ

ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲାର ବାବନଖେଡ଼ି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶବନମଙ୍କ ଫାଶୀ ମାମଲାକୁ ନେଇ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । ସାମାଜିକ କର୍ମୀ ଦାନିଶ ଖାନ ଶବନମଙ୍କ ଫାଶୀ ଦଣ୍ଡ କୋହଳ କରିବା ନେଇ ମାନବାଧିକାର କମିଶନଙ୍କ ପାଖରେ ଏକ ଯାଚିକା ଦାଖଲ କରିଥିବା ବେଳେ ଏହାକୁ ୨୪ ଘଣ୍ଟା ଭିତରେ ଖାରଜ କରି ଦିଆଯାଇଥିଲା । ଏବେ ଦାନିଶ ଭାରତର ମୁଖ୍ୟ ନ୍ୟାୟାଧୀଶ ଓ ୟୁନାଇଟେଡ଼ ନେସନସକୁ ଏବାବଦରେ ଚିଠି ଲେଖି ଜଣାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଖୁବ କମ ଲୋକ ଜାଣିଥିବେ ଏହି ମାମଲାରେ ଦାନିଶଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା । କାରଣ ପୂର୍ବରୁ ଶବନମଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯାଉ ବୋଲି ଦାନିଶ ପୂର୍ବରୁ କୋର୍ଟ ନିକଟରେ ଏକ ଜାଚିକା ଦାୟର କରିଥିଲେ ।

sabnam

ଏହି ଘଟଣା ପରେ ହିଁ ଦେଶର ସମସ୍ତ ମିଡ଼ିଆର ନଜର ଶବନମଙ୍କ ଉପରେ ପଡ଼ିଥିଲା ଓ ଖୁବକମ ସମୟ ଭିତରେ ଫାଶୀ ଦିଆଯିବ ବୋଲି ଏକ ପ୍ରକାର ସ୍ଥିର ହୋଇଯାଇଥିଲା । କିନ୍ତୁ ପରେ ଆଇନକାନୁନ ବିଧି ଅନୁଯାୟୀ ଫାଶୀକୁ ଟାଳି ଦିଆଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ପରବର୍ତ୍ତୀ ସମୟରେ ଦାନିଶଙ୍କ ମନ ପରିବର୍ତ୍ତନ ହୋଇଥିଲା ଆଉ ଏହା ପରଠୁ ସେ ଶବନମଙ୍କୁ ଫାଶୀରୁ ବଞ୍ଚାଇବାକୁ ଚେଷ୍ଟା କରିଆସୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୧ ତାରିଖ ଦାନିଶ ଆୟୋଗଙ୍କ ନିକଟରେ ଏକ ରିଟ ପିଟିସନ ଦାୟର କରିଥିଲେ । ଏହାର ତିନି ମାସ ପରେ ମେ ୨୦ ତାରିଖରେ ତାଙ୍କ ଯାଚିକା ଦର୍ଜ ହୋଇଥିବା ବେଳେ ମାତ୍ର ୨୪ ଘଣ୍ଟା ଭିତରେ ଆୟୋଗଙ୍କ ତରଫରୁ ଏହାକୁ ଖାରଜ କରିଦିଆ ଯାଇଛି । ଆୟୋଗଙ୍କ ଅନୁଯାୟୀ ଏହି ଘଟଣା ତାଙ୍କ ଅଧୀନରେ ଆସୁନାହିଁ | ଏହି ମାମଲାରେ ସମ୍ପୂର୍ଣ୍ଣ ରୂପେ କୋର୍ଟ ନିଷ୍ପତ୍ତି ନେବ ।

 

sabnam

ଖାଲି ସେତିକି ନୁହେଁ ଶବନାମଙ୍କ ୧୨ ବର୍ଷର ପୁଅ ସୋସିଆଲ ମିଡ଼ିଆ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟରେ ମା’ଙ୍କ ଯାଚିକା ସ୍ୱୀକାର କରିବା ପାଇଁ ଗୁହାରି କରିଥିଲେ । ସେ ପ୍ଲେ କାର୍ଡ଼ରେ ଲେଖିଥିଲେ “ରାଷ୍ଟ୍ରପତି ଅଙ୍କଲ , ଦୟାକରି ମୋ ମା’ ଙ୍କୁ କ୍ଷମା କରିଦିଅନ୍ତୁ । ” ବିଭିନ୍ନ ସୋସିଆଲ ମିଡିଆରେ ଏହାର ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ସୂଚନା ଦେଉଛୁକି, ସଲିମ ନାମକ ଜଣେ ଯୁବକଙ୍କ ସହ ଶବନମଙ୍କ ସମ୍ପର୍କକୁ ପରିବାର ଲୋକେ ସ୍ୱୀକାର ନକରିବାରୁ ପରିବାରର ୭ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଶବନମ । ପ୍ରେମିକଙ୍କ ସହ ମିଶି ନିଜ ମା, ବାପା , ଦୁଇ ଭାଇ, ଭାଉଜ, ଝିଆରୀ ସହ ଦେଢ଼ ବର୍ଷର ଏକ ଶିଶୁକୁ ହତ୍ୟା କରିବାକୁ ପଛାଇ ନଥିଲେ । ସେସମୟରେ ଶବନମ ଗର୍ଭବତୀ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.