ବୀରବରପୁର ଗାଁରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ: ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ!

ନରସିଂହପୁର(କେନ୍ୟୁଜ୍):ଚାଟ୍‌ରେ ବିଷ ମିଶାଥିଲା ବାପା। ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍‌ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ବିରାବରପୁର ଗାଁର ଗୋବିନ୍ଦ ପାତ୍ର ଘରେ ଚାଟ୍‌ ପ୍ରସ୍ତୁତ କରି ଖାଇଥିଲେ । ଚାଟ୍‌ ଖାଇବାର କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସେମାନଙ୍କୁ ମାଣିଅବନ୍ଧ ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ଦୁଇ ଛୁଆ ଓ ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ୨ଦିନ ପୁର୍ବରୁ ସ୍ୱାମୀ ଗୋବିନ୍ଦ ପାତ୍ର ଭଲ ହୋଇ ଘରକୁ ଫେରିବା ପରେ ଗୋବିନ୍ଦଙ୍କ ଉପରେ ଶ୍ୱଶୁର ଘର ଲୋକଙ୍କ ସନ୍ଦେହ ଉପୁଜିବା ପରେ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ପର୍ଦ୍ଦାଫାସ୍‌ କରିବା ସହ ଗୋବିନ୍ଦଙ୍କୁ ତୁରନ୍ତ ତଦନ୍ତପରିସର ଭୁକ୍ତ କରି ବାକୁ ଦାବି କରିଛନ୍ତି ଶ୍ୱଶୁର । ଅନ୍ୟପଟେ ଗୋବିନ୍ଦ ଏନେଇ କିଛି ଜାଣିନଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.