ପୁଣି ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ମାଲକାନଗିରି ସଦର ମହକୁମାର ତଳସାହିଠାରେ ଏକ ଖତ ଗଦାରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।

ମାଲକାନଗିରି(କେନ୍ୟୁଜ୍): ପୁଣି ଅଲୋଡ଼ା ଶିଶୁକନ୍ୟା । ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ । ମାଲକାନଗିରି ସଦର ମହକୁମାର ତଳସାହିଠାରେ ଏକ ଖତ ଗଦାରୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଶିଶୁଟିକୁ କେହି ଜରି ବସ୍ତା ଭିତରେ ପୁରାଇ ଫିଙ୍ଗିଦେଇଥିଲେ ।

ଆଜି ଭୋରୁ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ପରେ ଜିଲ୍ଲା ଚାଇଲଡ ଲାଇନ ସଦସ୍ୟ ପହଂଚି ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛନ୍ତି । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥାର ଭଲ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.