ଦୁଇ ଭାଇଙ୍କୁ କିଡନାପ୍ ଅଭିଯୋଗରେ ନୂଆ ମୋଡ଼ : ଅପହରଣ ନୁହେଁ, ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ
ଗନ୍ ପଏଣ୍ଟରେ ଗଞ୍ଜାମରୁ ଦୁଇ ଭାଇଙ୍କୁ କିଡନାପ୍ ଅଭିଯୋଗରେ ନୂଆ ମୋଡ଼ । ସାମନାକୁ ଆସିଲା ସତ । ଅପହରଣ ନୁହେଁ, କେସ୍ ଥିବାରୁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ । ବିଶାଖାପାଟଣାର ଏକ ହୋଟେଲରୁ ୨ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଠାବ କରାଯାଇଛି ।

ବ୍ରହ୍ମପୁର(କେନ୍ୟୁଜ୍): ଗନ୍ ପଏଣ୍ଟରେ ଗଞ୍ଜାମରୁ ଦୁଇ ଭାଇଙ୍କୁ କିଡନାପ୍ ଅଭିଯୋଗରେ ନୂଆ ମୋଡ଼ । ସାମନାକୁ ଆସିଲା ସତ । ଅପହରଣ ନୁହେଁ, କେସ୍ ଥିବାରୁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ । ବିଶାଖାପାଟଣାର ଏକ ହୋଟେଲରୁ ୨ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଠାବ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ଜଗମୋହନ ମୀନା ।
ଦୁଇ ଭାଇ କୌଣସି ଏକ ମାମଲାରେ ଜଡିତ ଥିବାରୁ ସେମାନଙ୍କୁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ । ବର୍ତ୍ତମାନ ଦୁଇ ଭାଇ ଗଞ୍ଜାମ ଓ କର୍ଣ୍ଣାଟକ ପୋଲିସ ହେପାଜତରେ ଅଛନ୍ତି । ଗତକାଲି ପୁଇଁତୋଳା ଛକ ନିକଟରେ ଥିବା ଦୋକାନରୁ ଦୁଇ ଭାଇଙ୍କୁ ଉଠାଇ ନିଆଯାଇଥିଲା ।
ଏନେଇ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିଲେ । ନିଖୋଜ ଦୁଇ ଭାଇଙ୍କୁ ଖୋଜିବାକୁ ଗଞ୍ଜାମ, ଛତ୍ରପୁର ଓ ଚମାଖଣ୍ଡି ଥାନା ଅଧିକାରୀ ଓ ଛତ୍ରପୁର ଏସଡିପିଓଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।