କାହିଁକି ପାଳନ କରାଯାଏ World Brain Day, ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ୱ

World Brain Dayର ସ୍ଥାପନା ୨୦୧୪ ମସିହାରେ ‘ଓ୍ଵାର୍ଲ୍ଡ ଫେଡେରେସନ ଅଫ ନ୍ୟୁରୋଲୋଜି’ ଦ୍ୱାରା କରାଯାଇଥିଲା । ଏହି ସ୍ୱତନ୍ତ୍ର ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁନିଆର ଲୋକମାନଙ୍କୁ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଏବଂ ସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବା ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୨ ଜୁଲାଇରେ World Brain Dayକୁ ସମଗ୍ର ଦୁନିଆରେ ପାଳନ କରାଯାଉଛି । ଏହି ସ୍ୱତନ୍ତ୍ର ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁନିଆର ଲୋକମାନଙ୍କୁ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଏବଂ ସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବା । ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପାଇଁ ମସ୍ତିଷ୍କ ସୁସ୍ଥ ରହିବା କେତେ ଜରୁରୀ ତାହା ଜଣାଇବା ପାଇଁ ଏହି ଦିନକୁ ସମଗ୍ର ଦୁନିଆରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ ।

World Brain Dayର ସ୍ଥାପନା ୨୦୧୪ ମସିହାରେ ‘ଓ୍ଵାର୍ଲ୍ଡ ଫେଡେରେସନ ଅଫ ନ୍ୟୁରୋଲୋଜି’ ଦ୍ୱାରା କରାଯାଇଥିଲା । ଏହା ଏପରି ଏକ ସଂସ୍ଥା ଯାହା ୧୪୫ରୁ ଅଧିକ ନ୍ୟାସନାଲ ନ୍ୟୁରୋଲୋଜିକାଲ ସମାଜର ପ୍ରତିନିଧିତ୍ୱ କରିଥାଏ । ପ୍ରତ୍ୟେକ ବର୍ଷ ‘ଫେଡେରେସନ ବିଶ୍ୱ ମସ୍ତିଷ୍କ ଦିବସ’ର ଉତ୍ସବ କରିବା ପାଇଁ ଷ୍ଟ୍ରୋକ, ମାନସିକ ସ୍ୱାସ୍ଥ୍ୟ, ବୟସ ବଢ଼ିବା ଭଳି ଥିମ୍‌ ବଛା ଯାଇଥାଏ । ଚଳିତ ବର୍ଷର ଥିମ୍‌ ‘ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ବିକଳାଙ୍ଗତା: କାହାକୁ ମଧ୍ୟ ପଛରେ ଛାଡ଼ିବ ନାହିଁ’ ରହିଛି । ଏହାକୁ ନ୍ୟୁରୋଲୋଜିକାଲ ରୋଗ ବିଷୟରେ ଭଲ ଶିକ୍ଷା, ଅନୁସନ୍ଧାନ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବଛାଯାଇଛି ।

ଏହି ଦିନର ମହତ୍ୱ ଦୁଇ ଗୁଣା ଅଧିକ ରହିଛି । ସର୍ବପ୍ରଥମେ ଏହା ସ୍ନାୟୁଗତ ରୋଗ ଏବଂ ଅବସ୍ଥା ପ୍ରତି ଧ୍ୟାନ ଆକର୍ଷିତ କରିଥାଏ, ଯେଉଁଥିରେ ପ୍ରାୟତଃ ନିରାକରଣ ଏବଂ ଚିିକିତ୍ସା କରାଯାଏ ନାହିଁ । ଦ୍ୱିତୀୟତଃ ଏହି ଦିନ ପାଳନ କରିବା ଦ୍ୱାରା ଲୋକମାନେ ଏହି ରୋଗ ବିଷୟରେ ଅଧିକ ଜାଣିଥାନ୍ତି । ଏହି ରୋଗରୁ କିପରି ରକ୍ଷା ପାଇବେ ଏବଂ ଚିକିତ୍ସା କରି ପାରିବେ ତାହା ମଧ୍ୟ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

World Brain Day ୨୦୨୩ ପାଇଁ ଦୁନିଆର ସମସ୍ତ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ସଂଗଠନ ନ୍ୟୁରୋଲୋଜିକାଲ ସମ୍ବନ୍ଧିତ ସମସ୍ୟାର ଚିକିତ୍ସା ସେବାରେ ରିହାତି ଦେଉଛନ୍ତି । ଦୁନିଆରେ ଅନେକ ଲୋକ ଏହି ସମସ୍ୟାରେ ପିଡ଼ିତ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହାକୁ କିପରି କମ କରାଯାଇ ପାରିବ ସେନେଇ ଲକ୍ଷ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.