ମା’ ହରାଇଲା ମାନବିକତା: ନବଜାତ ଶିଶୁ ପୁତ୍ରକୁ ପଡିଆରେ ଛାଡ଼ି ଚାଲିଗଲା
ଜନ୍ମ କରି ନବଜାତ ଶିଶୁ ପୁତ୍ରକୁ ପିଲିବନ୍ଧ ନିକଟସ୍ଥ ଏକ ଖେଳ ପଡିଆ ରେ ଛାଡ଼ି ଚାଲିଗଲା ମାଆ। କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ମାନେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ।
ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମାଆ ହରାଇଲା ମାନବିକତା। ଜନ୍ମ କରି ନବଜାତ ଶିଶୁ ପୁତ୍ରକୁ ପିଲିବନ୍ଧ ନିକଟସ୍ଥ ଏକ ଖେଳ ପଡିଆ ରେ ଛାଡ଼ି ଚାଲିଗଲା ମାଆ। ନବଜାତକୁ କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ମାନେ ଉଦ୍ଧାର କରି ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁସାରେ, ସକାଳେ ଛତ୍ରପୁର ପିଲିବନ୍ଧ ନିକଟ ଖେଳ ପଡିଆ ବୁଦା ନିକଟରେ ନବଜାତ ଶିଶୁପୁତ୍ରଟି କାନ୍ଦୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଶିଶୁଟିକୁ କିଏ ଓ କାହିଁକି ଏଭଳି ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲିଗଲା ସେ ନେଇ ଆଲୋଚନା କରିଥିଲେ ଲୋକମାନେ। ନବଜାତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା । ବାରମ୍ୱାର ଏଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ଏନେଇ ଅଧିକାଂଶ ସଚେତନ ହେଉନଥିବା ଏହାର ଆଉ ଏକ ପ୍ରମାଣ ।