Below header

ପୁଣି ଅନେକ ଜିଲ୍ଲାରେ ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ, ଖୁବଶୀଘ୍ର ଏପରି ନିଷ୍ପତି ନେଇପାରନ୍ତି ସରକାର

ଭୁବନେଶ୍ୱର (କେନ୍ୟୁଜ୍‌) : ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବା ପରେ ଅଧିକ ଜିଲ୍ଲାରେ ଲାଗୁ ହୋଇପାରେ ରାତ୍ରୀକାଳୀନ କଟକଣା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତି କଟକଣା ଲାଗୁ ହୋଇପାରେ। ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେଇପାରନ୍ତି । ବିଶେଷକରି ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ରିପୋର୍ଟ ଅଧିକ ଆସୁଛି ।

ସେହିଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ କଡା କଟକଣା ଲଗାଇପାରନ୍ତି ବିଏମସି ଓ ସିଏମସି କମିଶନର । ବିବାହ, ଶୁଦ୍ଧି ଓ ମହୋତ୍ସବରେ ଲାଗିପାରେ କଟକଣା । ପୂର୍ବରୁ ବିବାହ ଓ ମହୋତ୍ସବରେ ୫୦୦ ଲୋକଙ୍କୁ ଅନୁମତି ଥିବା ବେଳେ, ଏହି ସଂଖ୍ୟା ଅଧା ହୋଇପାରେ । ସେହିପରି ମଲ୍‌ ଓ ସିନେମା ହଲ୍‌ ଉପରେ ପୂର୍ବପରି କଟକଣା ଲଗାଯାଇପାରେ । ଏଭଳି କଠୋର ନିଷ୍ପତ୍ତି ନେଇପାରନ୍ତି ସରକାର ।

ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ମ ୫ଟାରେ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିକୁ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଗାଁର କୋଭିଡ୍‌ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ । ସରପଞ୍ଚ, ୱାର୍ଡ ମେମ୍ବର, ଆଶାକର୍ମୀଙ୍କୁ ଦିଆଯିବ ଦାୟିତ୍ୱ । ସେହିପରି ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର । କଟକଣା କଡ଼ାକଡ଼ି କରିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଟ୍ରେସିଂ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.