Below header

ବଢୁଛି ତାପମାତ୍ରା, କମୁଛି ଶୀତ ପ୍ରକୋପ; ଘନ କୁହୁଡ଼ି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

(କେନ୍ୟୁଜ): ରାଜ୍ୟରେ କମିଛି ଶୀତ । ବଢୁଛି ରାତିର ତାପମାତ୍ରା । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି । ଅନୁଭୂତ ହେଉଛି ହାଲୁକା ଶୀତ । ଘନ କୁହୁଡ଼ି ପାଇଁ ଆଜି ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କୁହୁଡ଼ି ଯୋଗୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ହେଉଛି ।

ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପୋଲିସ ଓ ପରିବହନ ବିଭାଗକୁ ଆଲର୍ଟ ରହିବା ସହ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି । ଏଥିପାଇଁ ଜାତୀୟ ରାଜପଥରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ବର୍ତ୍ତମାନ ରାଜ୍ୟକୁ ଉତ୍ତରା ପବନ ଆସୁ ନାହିଁ । ଫଳରେ ଆସନ୍ତା ୪ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ତାପରେ ସର୍ବନିମ୍ନ ତାପମାତ୍ରା ପୁଣି ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.