ନୂଆବର୍ଷରୁ ନୀତିକାନ୍ତି ବନ୍ଦ: ଉପାସରେ ପ୍ରଭୁ ଲିଙ୍ଗରାଜ, ଦୁଇ ସେବାୟତ ଗୋଷ୍ଠୀ ବିବାଦ ମଧ୍ୟରେ ପୂଜାର୍ଚ୍ଚନାରେ ବାଧା 

ଭୁବନେଶ୍ୱର (କେନ୍ୟୁଜ): ନୂଆବର୍ଷରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଦୁଇ ଦିନ ହେବ ଉପବାସରେ ଅଛନ୍ତି ଠାକୁର । ନୀତି ବିଭ୍ରାଟଜନିତ ସେବାୟତ ବିବାଦ ତୁଟି ପାରୁନି । ଫଳରେ ୪୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ରବିବାର ଭୋଗ ମଣ୍ଡପରେ କୋଠ ଭୋଗ ସମେତ ଅବଢ଼ା ପ୍ରସାଦ ଠାକୁରଙ୍କ ନିକଟରେ ଲାଗି ହେବା ପାଇଁ ଥୁଆ ହୋଇଥିଲା । ଭୋଗ ମଣ୍ଡପ ଦ୍ୱାର ଖୋଲା ଥିବା ଦେଖି ଦର୍ଶନ ପାଇଁ ସେପଟେ ପଶି ଯାଇଥିଲେ ଜଣେ ଭକ୍ତ । ସେଠାରେ ଥିବା ଜଣେ ସେବାୟତ ଭୋଗ ମାରା ହେଲା ବୋଲି ପାଟି କରିଥିଲେ ।

ଏକଥା ପ୍ରଚାରିତ ହେବା ପରେ ନୀତିରୁ ଓହରିଥିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ସେବାୟତ । ଏହାପରେ ସମସ୍ତ ଭୋଗକୁ ପୋତି ଦେଇ ପୁଣି ଥରେ ଭୋଗ ପ୍ରସ୍ତୁତ ପାଇଁ ମହାସୁଆର ସେବାୟତଙ୍କୁ କହିଥିଲେ ମନ୍ଦିର ସୁପରଭାଇଜର । କିନ୍ତୁ ଅହୁଣିଆ ଭୋଗ ନଷ୍ଟ କରା ନଯାଇ ବିକ୍ରି ହେଉଥିବା ଆପତ୍ତି ହେବାରୁ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଦୁଇଦିନରେ ଏକାଧିକ ବୈଠକ ବସିଥିଲେ ବି ସମାଧାନର ରାସ୍ତା ବାହାରି ପାରିନି । ଅବଢା ପ୍ରସାଦ ପ୍ରସ୍ତୁତି ବନ୍ଦ ହୋଇଯାଇଛି । ଆଜି ପୁଣି ଥରେ ବୈଠକରେ ବିବାଦର ସମାଧାନ ନେଇ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.