ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ ଘଟଣା, ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ତହସିଲଦାର ସୁଶ୍ରୀତା ଟୁଡୁ

ନୀଳଗିରି(କେନ୍ୟୁଜ୍):ବେଆଇନ ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ ଘଟଣା । ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ତହସିଲଦାର ସୁଶ୍ରୀତା ଟୁଡୁ। ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏ ବାବଦରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି। ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୋହରୀରଙ୍କ ଚାଳିଆ ଉଚ୍ଛେଦକୁ ବିରୋଧ କରିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଏହାକୁ ନେଇ ବିଧାୟକ ଓ ତହସିଲଦାର ସୁଶ୍ରୀତା ଟୁଡୁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ବିଧାୟକ କାର୍ଯ୍ୟାଳୟ ପରିସରରେ ଅନଶନରେ ବସିଛନ୍ତି । ଆଜି ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର. ଆଇ ଜେସିବି ସାହାଯ୍ୟରେ ଭାଙ୍ଗିବା ବେଳେ ଏହାକୁ ବିରୋଧ କରିଥିଲେ ବିଧାୟକ। ଅଭିଯୋଗ କରିଛନ୍ତି ଉଚ୍ଛେଦ ବେଳେ ଉପସ୍ଥିତ ସରକାରୀ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସେପଟେ ଏହି ଘଟଣା ପରେ ତହସିଲଦାରଙ୍କୁ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.