ପୁରୁଣା କଳି , ଦଳ ଭାଙ୍ଗିବାକୁ ଚେଷ୍ଟା ଚଳାଇଛନ୍ତି ନିରଞ୍ଜନ: ବଦ୍ରି
ବଦ୍ରିଙ୍କ ଅଭିଯୋଗକୁ ଖଣ୍ଡନ ସହ ନିରଞ୍ଜନଙ୍କ ଜବାବ, ବଦ୍ରିଙ୍କର ସୂକ୍ଷ୍ମ ବୁଦ୍ଧି ପରିଚୟ
ଭୁବନେଶ୍ବର (କେନ୍ୟୁଜ୍) :ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଟାର୍ଗେଟରେ ପିସିସି ସଭାପତି । ନିରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଭାଙ୍ଗିଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଦ୍ରି । ନିରଞ୍ଜନ ଅନେକ ଦିନରୁ ପିସିସି ସଭାପତି ପଦ ପାଇଁ ଆଶାୟୀ ଥିଲେ। ଆଉ ସେ ପଦ ପାଇଯିବା ପରେ ଏବେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବଦ୍ରି କହିଛନ୍ତି। ସେପଟେ ବଦ୍ରିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିରଞ୍ଜନ । ସେ କହିଛନ୍ତି ଏହା ବଦ୍ରିଙ୍କର ସୂକ୍ଷ୍ମ ବୁଦ୍ଧିର ପରିଚୟ।
ସେହିପରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ। ପ୍ରଫୁଲ କହିଛନ୍ତି, ବଦ୍ରିଙ୍କ କଥାରେ ସତ୍ୟତା ନାହିଁ। ତାଙ୍କ କଥା ନିରାଧାର। ନିରଞ୍ଜନଙ୍କ ସହ ତାଙ୍କର ସଂପର୍କ ଭଲ ନଥିବାରୁ ସେ ଏଭଳି ଅଭିଯୋଗ ଆଣିଥିବା ଜବାବ ରଖିଛନ୍ତି ପ୍ରଫୁଲ ।