ଭୁବନେଶ୍ୱର ସୁନ୍ଦରୀ ଟାଇଟଲ ମୁକୁଟ ପିନ୍ଧିଲେ ନିର୍ଲିପ୍ତା ସାହୁ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ସୁନ୍ଦରୀ ହେଲେ ନିର୍ଲିପ୍ତା ସାହୁ । ମୁଡ୍‌ଲିପ୍ଟ ଫେସନ ଦ୍ୱାରା ଆୟୋଜିତ ମିସ୍‌ ଓ ମିଷ୍ଟର ସିଜିନ-୨ର ବିଜେତା ହେଲେ ନିର୍ଲିପ୍ତା । ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ଦକ୍ଷତା ଦେଖାଇ ବିଜୟୀ ହୋଇଛନ୍ତି । ଭୁବନେଶ୍ୱରରେ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗିତା ।

nirlipta sahoo 1

ମୁଖ୍ୟ ଅତିଥି ଭାବେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର, ମନସ୍ୱିନୀ ପତି, ଅଙ୍କିତ କୁମାର ଯୋଗ ଦେଇ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପୂର୍ବରୁ ନିର୍ଲିପ୍ତା ଅନଲାଇନରେ ୮ ଥର ଭାଗ ନେଇଥିବା ବେଳେ ଅଫଲାଇନରେ ଦୁଇ ଥର ଅଂଶଗ୍ରହଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.