Below header

ଦେଶକୁ ମୋଦିଙ୍କ ସମ୍ବୋଧନ: ଜାନୁଆରୀ ୧୦ରୁ ବୟସ୍କ ଅସୁସ୍ଥ ଓ ସମ୍ମୁଖଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

କେନ୍ୟୁଜ୍(ବ୍ୟୁରୋ): ବର୍ତ୍ତମାନର କୋଭିଡ଼ ସ୍ଥିତି ଓ ଭ୍ୟାକ୍ସିନକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆସନ୍ତା ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଆରମ୍ଭ ହେବ ଟିକାକରଣ। ସେହିଭଳି ଜାନୁଆରି ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌ । ଏଥିସହ ବହୁବିଧ ରୋଗରେ ପୀଡ଼ିତ ଓ ୬୦ ବର୍ଷ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍‌।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି । ସେହିପରି ସମ୍ମୁଖଯୋଦ୍ଧାଙ୍କ ନିଷ୍ଠାପର ତ୍ୟାଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ବିଶ୍ୱର ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଭାରତରେ ମଧ୍ୟ ଏହ ସଂଖ୍ୟା ବଢୁଛି । ଏଥିପାଇଁ ସତର୍କ ରହିବା ସହ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୧୮ ଲକ୍ଷ ଆଇସୋଲେସନ୍‌, ୫ ଲକ୍ଷ ଅକ୍ସିଜେନ ସିଲିଣ୍ଡର ବେଡ୍‌, ୧ ଲକ୍ଷ ୪୦ ହଜାର ଆଇସିୟୁ ବେଡ୍‌ ମହଜୁଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.