ବିଧାନସଭାରେ ମହାରଥିଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶୀତଳ ଭଣ୍ଡାର ଅଚଳ ନେଇ କଲେ କଟାକ୍ଷ

ବିଧାନସଭା ପ୍ରଶ୍ନକାଳରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭା ପ୍ରଶ୍ନକାଳରେ ତେରେଛା ପ୍ରଶ୍ନବାଣ ଛାଡ଼ିଥିଲେ ମହାରଥୀ। ଉତ୍ତର ଦେବାକୁ ଯାଇ ମହାରଥିଙ୍କ ମନ୍ତ୍ରୀତ୍ୱ କାଳର ପୋଲ୍‌ ଖୋଲିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି ବିଧାନସଭାରେ ମହାରଥୀ ପ୍ରଶ୍ନ କରିଥିଲେ, ରାଜ୍ୟରେ ବର୍ତ୍ତମାନ କେତୋଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି? ଉତ୍ତରରେ ନିରଞ୍ଜନ ପୂଜାରୀ ମହାରଥିଙ୍କୁ ପାଲଟା ପ୍ରଶ୍ନ କରିଥିଲେ। କହିଥିଲେ, ଆପଣ କୃଷି ମନ୍ତ୍ରୀ ଥିବା ବେଳେ ଆଳୁ ମିଶନ ଆରମ୍ଭ ହୋଇଥିଲା ଓ ଏହାର ଅବଧି ମଧ୍ୟ ଶେଷ ହୋଇଗଲା। ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୨୮ଟି ଶୀତଳ ଭଣ୍ଡାର ରହିଛି। ସେଥିରୁ ୮୦ଟି ଆପଣଙ୍କ ମନ୍ତ୍ରୀତ୍ୱ କାଳରେ ହିଁ ଅଚଳ ହୋଇଥିବା କହିଥିଲେ ନିରଞ୍ଜନ।