ଚଳିତବର୍ଷ ରଥଯାତ୍ରା ସୃଷ୍ଟି କଲା ନୂଆ ରେକର୍ଡ, ଶୃଙ୍ଖଳିତ ଆୟୋଜନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ନୂଆ ରେକର୍ଡ କରିଛି। ଶୃଙ୍ଖଳିତ ଆୟୋଜନ ପାଇଁ ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ବାଦବିବାଦ ନଥିଲା। ସମ୍ପୂର୍ଣ୍ଣ ଶୃଙ୍ଖଳିତ ଥିଲା ଶ୍ରୀଜିଉଙ୍କ ନୀତିକ୍ରାନ୍ତି। ନୀତି ନିର୍ଘଣ୍ଟର ବହୁ ଆଗରୁ ଏବର୍ଷ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ସମ୍ପନ୍ନ ହୋଇଥିଲା। ସୁନାବେଶ, ଅଧରପଣା ନୀତି ସବୁ କିଛି ଚାଲିଥିଲା ଠିକଠାକ୍‌। ଏଭଳି ଆୟୋଜନକୁ ନେଇ ବିଭିନ୍ନ ମହଲରେ ତାରିଫ କରାଯାଇଛି।

ଆହୁରି ପଢନ୍ତୁ: ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନାଁରେ ୧ କୋଟି ୭୨ଲକ୍ଷ ଟଙ୍କା ଆତ୍ମସାତ୍‌, ଗିରଫ ଭୟରେ ନିଜକୁ ଗୁଳି କଲେ କର୍ମଚାରୀ

ପ୍ରଳୟଙ୍କରୀ ବାତ୍ୟା ପୁରୀକୁ ଛାରଖାର କରି ଦେଇଥିଲା। ପରେ ପରେ ଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସଫଳତାର ସହ ରଥଯାତ୍ରାକୁ ସାରିବା ପ୍ରଶାସନ ଓ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ଦଇତାପତି ଓ ଅନ୍ୟ ସେବାୟତଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ବିଭାଗର ପ୍ରସ୍ତୁତି ସହ ଉପଯୁକ୍ତ ସମନ୍ଵୟରୁ ବେଶ ଶୃଙ୍ଖଳିତ ଥିଲା ଏବର୍ଷ ମହାପ୍ରଭୁଙ୍କ ନବ ଦିନାତ୍ମକ ରଥଯାତ୍ରା। କୌଣସି ପ୍ରକାର ବିଶୃଙ୍ଖଳା ହୋଇନି। ସ୍ନାନଯାତ୍ରାରୁ ନୀଳିଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପ୍ରତିଟି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଉଚିତ୍‌ ସମନ୍ଵୟ ଯୋଗୁ ଚଳିତ ରଥଯାତ୍ରା ସୃଷ୍ଟି କରିଛି ନୂଆ ପରମ୍ପରା।

ଆହୁରି ପଢନ୍ତୁ: ୬୦୦ ସେନାଙ୍କ ଗାଁ ଲୁହାନା, ଆଜାଦ ହିନ୍ଦ ଫୌଜରେ ଥିଲେ ୧୪ ବୀର ଯବାନ : ପଢନ୍ତୁ ଏକ ଗୌରବଗାଥା

ରଥଯାତ୍ରା, ଗୁଣ୍ଡିଚା ଯାତ୍ରା, ନୀଳାଦ୍ରି ବିଜେ ସବୁ ଥିଲା ଶୃଙ୍ଖଳିତ। ଠିକ୍‌ଠାକ୍‌ ଚାଲିଥିଲା ନୀତିକ୍ରାନ୍ତି। ଅନେକ ରୀତିନୀତି ଆଗୁଆ ସରିଥିଲା। ରଥଯାତ୍ରା ଦିନ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଭିତରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୧୧ଟା ୪୦ ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥିଲେ। ପାଖାପାଖି ଦୁଇ ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ରଥଟଣା। ବାହୁଡ଼ା ଦିନ ଅପରାହ୍ନ ସାଢ଼େ ୨ଟାରୁ ପହଣ୍ଡି ଓ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପହଣ୍ଡି ସକାଳ ୧୧ଟା ୧୫ ସୁଦ୍ଧା ସରିଥିବା ବେଳେ ସାଢ଼େ ୫.୩୦ ସୁଦ୍ଧା ତିନି ରଥ ଲାଗିଥିଲେ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ। ନୀଳାଦ୍ରି ବିଜେ ଦିନ ପହଣ୍ଡି ମଧ୍ୟ ପାଖାପାଖି ୨ ଘଣ୍ଟା ଆଗରୁ ସରିଥିଲା।

ଆହୁରି ପଢନ୍ତୁ: ବହୁ ଚର୍ଚ୍ଚିତ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଙ୍କରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ

ଅପରାହ୍ନ ୪ଟାରୁ ରାତି ୧୦ଟା ଭିତରେ ସାରିବାକୁ ନୀତି ନିର୍ଘଣ୍ଟ ହୋଇଥିଲେ ବି ରାତି ୮ଟା ୩୫ରେ ଶେଷ ହୋଇଥିଲା ଶ୍ରୀଜିଉମାନଙ୍କର ପହଣ୍ଡି। ଚଳିତ ରଥଯାତ୍ରା ବେଶ ଶୃଙ୍ଖଳିତ ଥିଲା। ବାଦ ବିବାଦ ନଥିଲା। ମହାପ୍ରଭୁଙ୍କ ନୀତିକ୍ରାନ୍ତିରେ କୌଣସି ବିଶୃଙ୍ଖଳା ନାହିଁ। ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଦର୍ଶନ, ସୁନାବେଶ ଓ ଅଧରପଣା ନୀତିକ୍ରାନ୍ତି ବି ଥିଲା ଶୃଙ୍ଖଳିତ। ଏଭଳି ଆୟୋଜନକୁ ନେଇ ଭକ୍ତ ବି ଖୁସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.