ଯାଜପୁର: ଚଳିତ ବର୍ଷ ହେବ ନାହିଁ ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା ଓ ବୁଡ଼, କଟକଣା ଜାରି କଲା ପ୍ରଶାସନ

ଯାଜପୁର ଟାଉନ(କେନ୍ୟୁଜ୍): କୋରନା କଟକଣା ପାଇଁ ଯାଜପୁର ଜିଲ୍ଲା ବୈତରଣୀରେ ଚଳିତ ବର୍ଷ ହେବ ନାହିଁ ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା ଓ ବୁଡ଼। ଚଳିତ ମାସ ୯ ତାରିଖ ରେ ଏହି ବାରୁଣୀ ମେଳା ହେବାର ଥିଲା। କିନ୍ତୁ ଏପ୍ରିଲ ମାସ ରେ ରାଜ୍ୟ ସରକାର ଜାରି କରିଥିବା କୋରନା କଟକଣା ପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କୋରନା କଟକଣାକୁ ଠିକଣା  ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.