ହୋଇପାରୁନି ନିଷ୍ପତ୍ତି, ଘୁଞ୍ଚୁଛି ବିଜେପି ବିଧାୟକ ଦଳ ନେତା ଚୟନ

ଭୁବନେଶ୍ବର (କେନ୍ୟୁଜ୍) : ଘୁଞ୍ଚୁଛି ବିଜେପି ବିଧାୟକ ଦଳ ନେତା ଚୟନ । ବିଧାୟକ ଦଳ ବୈଠକରେ ବି ହୋଇପାରିଲାନି ନିଷ୍ପତ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ୨୩ଜଣ ବିଧାୟକ ବୈଠକକୁ ଆସିଥିଲେ । ହେଲେ ନେତା କିଏ ହେବେ ସେନେଇ ସେମାନେ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି । ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ବିଧାୟକମାନେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଶାହ ହିଁ ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିବେ । ବିଧାୟକ ବିଷ୍ଣୁଚରଣ ସେଠୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବ । ବିଜେପି ବିଧାୟକ ଦଳ ନେତା ହିଁ ହେବେ ବିରୋଧୀ ଦଳ ନେତା । ତେଣୁ ଦିନେ ଦୁଇ ଦିନ ମଧ୍ୟରେ ଶାହ ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.