ଯାଜପୁର : ନିମାଇଁଙ୍କ ଦୁଃଖ, ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହେଲେ ମିଳୁନି ପକ୍କା ଘର

ଯାଜପୁର : ଇନ୍ଦିରା ଆବାସ କି ବିଜୁ ପକ୍କାଘର ମିଳିଲା ନାହିଁ । ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ସବୁ ଅଧିକାରୀଙ୍କ ପର୍ଯ୍ୟନ୍ତ ପାଖକୁ ଦୌଡ଼ିଲେ । ହେଲେ ସେଇ ଖଣ୍ଡିଏ ଚାଳଘରେ ୮ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚଳୁଛନ୍ତି ନିମାଇଁ ଚରଣ ଜେନା । ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅକରପଡ଼ାରେ । ନିକଟରେ କାଳବୈଶାଖୀ ଯୋଗୁଁ ଘର ଛପର ଉଡ଼ି ଘରେ ପାଣି ପଶିଗଲା । ଚୁଲି ବି ଜଳିଲା ନାହିଁ ।

NIMAI-2

ରୋଗିଣା ବାପାଙ୍କୁ ନେଇ ନିମାଇଁ ବିଚରା ହନ୍ତସନ୍ତ ହେଉଛନ୍ତି । ଅଧିକାରୀଙ୍କ ପାଖକୁ ଗଲେ ଉତ୍ତର ମିଳୁଛି ତୁମ ନମ୍ବର ଆସିନାହିଁ । ମୂଲ ଲାଗି ଘର ଚଳାଉଥିବା ନିମାଇଁଙ୍କ ପାଖରେ ରୋଜଗାରର ଅନ୍ୟ ପନ୍ଥା ମଧ୍ୟ ନାହିଁ । ସରକାରୀ ସାହାଯ୍ୟ ବି କିଛି ମିଳି ନାହିଁ । ନିମାଇଁଙ୍କ ପରିବାରକୁ ତୁରନ୍ତ ସହାୟତା ଏବଂ ପକ୍କା ଘର ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.