ରାଉରକେଲା ବିଧାନସଭା ଆସନ ପାଇଁ ମନାକଲେ ମୁକ୍ତିକାନ୍ତ ନେବେ ନାହିଁ ଟିକେଟ

ରାଉରକେଲା (କେନ୍ୟୁଜ୍) : ବିଧାନସଭା ଆସନ ପାଇଁ କଂଗ୍ରେସର ଟିକେଟକୁ ମନା କଲେ ମୁକ୍ତିକାନ୍ତ। ମୁକ୍ତିକାନ୍ତ ବିଶ୍ୱାଳକୁ ଟିକେଟ ଦେଇଥିଲା ଦଳ । ପୂର୍ବରୁ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ନେଇ ଚାଲି ଚାଲି ଦିଲ୍ଲୀ ଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ତାଙ୍କୁ ଭେଟିବା ସହ ସମର୍ଥନ ଜଣାଇଥିଲେ । ଏପରିକି ମୁକ୍ତିକାନ୍ତଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ ରାହୁଲ ।

ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳକୁ ଟିକେଟ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲା କଂଗ୍ରେସ କିନ୍ତୁ ମୁକ୍ତିକାନ୍ତ ପ୍ରାର୍ଥି ହେବା ପାଇଁ ରାଜି ହେଉନାହାନ୍ତି ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି। ପୂର୍ବରୁ ରାଉରକେଲା ଆସନ ପାଇଁ ସାରଦା ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ରାଉରକେଲାରୁ ନିହାର ରାୟଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି ।

Leave A Reply

Your email address will not be published.