Below header

ଗଛର ମୋଟା ପଣ ବି କମି ପାରିବ, ହେଲେ କେମିତି ? ନୂଆଦିଲ୍ଲୀ ମହାନଗର ନିଗମ ଠାରୁ ଶିଖନ୍ତୁ

ନୂଆଦିଲ୍ଲୀ : ସହରରେ ବଦଳୁଥିବା ଜୀବନ ଶୈଳୀ କେବଳ ମଣିଷ ଉପରେ ନୁହେଁ ବୃକ୍ଷଲତା ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଯାହାର ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଦିଲ୍ଲୀର ଲୁଟିୟନ ଅଞ୍ଚଳରେ । ଯେଉଁଠି ଗୋଟିଏ ବର୍ଷରେ ପାଖାପାଖି ଦୁଇ ଡଜନ ଗଛ ଉପୁଡ଼ି ପଡିଛି । ଆଉ ଉପୁଡିବାର କାରଣ ହେଉଛି ଗଛର ବିଶାଳକାୟ ଶରୀର ।
ଦିଲ୍ଲୀର ଏନଡିଏମସି ଅଞ୍ଚଳର ୧୧୦ ଆଭେନ୍ୟୁ ରୋଡର ଉଭୟ ପାର୍ଶ୍ବରେ ଇଂରେଜ ଅମଳରୁ ଲଗାଯାଇଥିବା ଗଛ ଏବେ ବିଶାଳ ବୃକ୍ଷରେ ପରିଣତ ହୋଇଛି । ଆଉ ଗଛ ଯେତେ ବିଶାଳକାୟ ହୋଇଯାଏ ସେତେ ଆକର୍ଷଣୀୟ ମଧ୍ୟ ଦେଖାଯାଏ । କିନ୍ତୁ ଖସୁଥିବା ଭୂତଳ ଜଳସ୍ତର ଓ କଂକ୍ରିଟ ସଡ଼କ ପାଇଁ ଏହି ବିଶାଳକାୟ ବୃକ୍ଷର ଚେର ମାଟି ଭିତରକୁ ଯାଇପାରେ ନାହିଁ । ଯାହାଫଳରେ ବର୍ଷା ଓ ପବନ ବେଗର ଆଘାତ ପାଇ ଗଛ ଗୁଡିକ ଉପୁଡି ପଡେ । ଏଥିପାଇଁ ନୂଆଦିଲ୍ଲୀ ନଗର ପାଳିକା ପରିଷଦ ଗଛଗୁଡିକର ସୁରକ୍ଷା ପଇଁ ଅଣ୍ଟା ଭିଡିଛି । ମୌସୁମୀ ସମୟରେ ମାଇକ୍ରୋ ନ୍ୟୁଟ୍ରିୟଣ୍ଟ ବ୍ୟବହାର କରି ଗଛଗୁଡିକର ମୋଟାପଣକୁ କମ କରାଯିବ ବୋଲି ନିଷ୍ପତ୍ତି ନେଇଛି ।
ଏନଡିଏମସିର ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଏସ୍‌.ଚିଲ୍ଲଇୟା କହିଛନ୍ତି କି, ଆମେ ଏଭଳି ଗଛ ସବୁକୁ ଚିହ୍ନଟ କରିସାରିଛୁ ଯାହାର ଚେର ଦୁର୍ବଳ ଅଛି । ଏହି ଗଛଗଡିକୁ ପୂର୍ଣ୍ଣ ମାତ୍ରାରେ ଚିକିତ୍ସା କରାଯିବ । ଯାହାଦ୍ବାରା ମୌସୁମୀ ସମୟରେ ଆଉ ଗଛ ଗୁଡିକ ଆଉ ଉପୁଡିବ ନାହିଁ । ଗଛର ଚାରିପଟ ମାଟିରେ ପାଇପ୍‌ ଲଗାଇ ଏନପିକେ ଫର୍ଟିଲାଇଜର ଦିଆଯିବ । ଗଛରର ମୂଳରେ ପାଣି ଦିଆଗଲେ ଔଷଧ ଏହି ପାଣି ମାଧ୍ୟମରେ ଗଛର ଚେର ପର୍ଯ୍ୟନ୍ତ ଯିବ । ଫଳରେ ଗଛର ଚେର ମାଟି ଭିତରେ ପାଣି ସନ୍ଧାନ କରି ଗଭୀରକୁ ଯିବ । ଆଉ ଗଛ ଗୁଡକି ମୋଟା ନହୋଇ ମାଟିତଳୁ ମଜବୁତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.