ପିଏମ୍ ମୋଦିଙ୍କ ବାୟୋପିକ ପୋଷ୍ଟରରେ ନାମ ଦେଖି ରାଗିଗଲେ ଜାଭେଦ ଅଖତର୍, ଜାଣନ୍ତୁ ଏହା ପଛର କାରଣ

ହୋଲିର ଠିକ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ପିଏମ୍ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହୋଇଥିଲା। ରିଲିଜ୍ ହେବାପରେ ଏହି ଟ୍ରେଲରକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲରରେ କ୍ରେଡିଟିରେ ଗୀତିକାର ତାଲିକାରେ ନିଜ ନାଆଁ ଦେଖି ବିସ୍ମିତ ହୋଇଛନ୍ତି ୭୪ ବର୍ଷୀୟ ଗୀତିକାର ଜାଭେଦ୍ ଅଖତର୍। ଏହାର ଗୀତିକାର ତାଲିକାରେ ଜାଭେଦ୍ ଅଖତରଙ୍କ ବ୍ୟତୀତ ପ୍ରସୁନ ଯୋଶୀ, ଅଭେନ୍ଦ୍ର କୁମାର ଉପାଧ୍ୟୟ, ସାରଦା, ଗୈରି ଜି ଓ ଲଭରାଜଙ୍କ ନାଆଁ ମଧ୍ୟ ଅଛି।

modi biopicଜାଭେଦ୍ ଅଖତାର ନିଜର ଟ୍ବିଟର ଆକାଉଣ୍ଟରେ ନିଜ କ୍ରୋଧର କାରଣ ଜଣାଇବା ସହିତ ଫଟୋ ମଧ୍ୟ ସେୟାର୍ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଏହି ଫିଲ୍ମର ପୋଷ୍ଟରରେ ନିଜ ନାଆଁ ଦେଖି ବିସ୍ମିତ’। ଯେତେବେଳେ ଜାଭେଦ ଅଖତର ଏହା ଦେଖିଲେ ତାଙ୍କୁ ବହୁତ କ୍ରୋଧ ଆସିଲା। କାରଣ ଏହି ସିନେମା ପାଇଁ ସେ କୌଣସି ବି ଗୀତ ଲେଖି ନାହାନ୍ତି। ଏମିତିରେ ବିନା କୌଣସି କାରଣରେ ତାଙ୍କ ନାମ ଫିଲ୍ମର କ୍ରେଡିଟରେ ଲେଖା ହୋଇଛି।

Javedଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ମୋଦୀ’ରେ ବିବେକ ଓବେରଏ ଟାଇଟଲ ରୋଲରେ ଅଛନ୍ତି। ନିର୍ମାତା ସନ୍ଦୀପ ସିଂହ ଓ ଲୋକପ୍ରିୟ ଅଭିନେତା ସୁରେଶ ଓବେରଏଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହେଉଛି ଏହି ସିନେମା ।

You might also like