Below header

କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସକୁ ୭୦ ରନ୍‌ରେ ଝାଡ଼ି ଦେଲେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ସ୍ପିନର

ଚେନ୍ନାଇ : ଭଜିଙ୍କ ସ୍ପିନ୍‌ ଓ ଦକ୍ଷିଣ ଆଫ୍ରିକା ଲେଗସ୍ପିନର ଇମ୍ରାନ୍‌ ତାହିରଙ୍କ ଲେଗସ୍ପିନ୍‌ ଝଡ଼ରେ ମାତ୍ର ୭୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଇପିଏଲ୍‌ ଦ୍ୱାଦଶ ସଂସ୍କଣର ପ୍ରଥମ ମ୍ୟାଚ୍‌ରେପୂରା ୨୦ ଓଭର ବି ଖେଳି ପାରିଲା ନାହିଁ । ୧୭.୧ ଓଭରରେ ୧୦ଟି ଯାକ ଓ୍ଵିକେଟ୍‌ ହରାଇଛି । ଫଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଗରେ ରହିଛି ମାତ୍ର ୭୧ ରନ୍‌ର ଏକ ଛୋଟିଆ ବିଜୟ ଲକ୍ଷ୍ୟ ।
ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ତେବେ ଓପ୍‌ନିଂ ଆସିଥିବା ଆର୍‌ସିବିର ଅଧିନାୟକ ବିରାଟ କୋହଲିଙ୍କୁ ଆଉଟ୍‌ କରି ପ୍ରଥମ ସଫଳତା ପାଇଥିଲେ ହରଭଜନ । ଏହା ପରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ଝଡ଼ି ଚାଲିଥିଲା । ଗୋଟିଏ ପଟେ ଅନ୍ୟତମ ଓପ୍ନର ପାର୍ଥିବ ପଟେଲ ଜଗି ରହିଥିବା ବେଳେ ଅନ୍ୟପଟେ ବ୍ୟାଟ୍‌ସମ୍ୟାନମାନେ ଆଉଟ୍‌ ହୋଇ ଚାଲିଥିଲେ । ହରଭଜନଙ୍କ ପରେ ତାହିର ଏବଂ ରବୀନ୍ଦ୍ର ଜାଡେଜା ବାକି ସମସ୍ତଙ୍କୁ ଆଉଟ୍‌ କରି ପଡ଼ିଆରୁ ବିଦା କରି ଦେଇଥିଲେ । ପାର୍ଥିବ ସର୍ବାଧିକ ୨୯ ରନ୍‌ କରିଥିବା ବେଳେ ବାକି ୧୦ ଜଣ ଖେଳାଳି ୧୦ ରନ୍‌ରେ ବି ପହଞ୍ଚି ପାରି ନଥିଲେ ।
ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍‌ ସ୍ପିନରଙ୍କୁ ଖୁବ୍‌ ସହାୟତା ଦେଇଛି । ତେବେ ବାଙ୍ଗାଲୋର ଦଳର ବ୍ୟାଟ୍‌ସମ୍ୟାନ୍‌ମାନେ ମଧ୍ୟ ଦାୟିତ୍ୱହୀନ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ ।
ସ୍କୋର : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର-୭୦/୧୦, ୧୭.୧ ଓଭର (ପାର୍ଥିବ ପଟେଲ ୨୯ । ହରଭଜନ ୪-୦୨୦-୩, ଇମ୍ରାନ୍‌ ତାହିର ୪-୧-୯-୩, ଜାଡେଜା ୪-୧-୧୫-୨, ବ୍ରାଭୋ ୦.୧-୦-୦-୧) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.