ବିଜେପି ପରେ ଏବେ କଂଗ୍ରେସ ଭବନରେ ହିଂସା, ଭଙ୍ଗାରୁଜା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବୋଧହୁଏ ସବୁ ଟିକେଟ୍‌ ବଣ୍ଟା ନସରିଲା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ବିପଦର ବେଳା ରହିବ । କାରଣ ଯେଉଁ ଆଶାୟୀ ଟିକେଟ୍‌ ପାଉ ନାହାନ୍ତି ଏବେ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି । ଖାଲି ବିରୋଧ ତ ନୁହେଁ ଦଳୀୟ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବାକୁ ପଛାଉ ନାହାନ୍ତି । ବିଜେପି ପରେ ଆଜି ରାତିରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଦୁର୍ବୃତ୍ତ ଆସି କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ । ତେବେ ସେମାନେ ଅସନ୍ତୁଷ୍ଟ ଗୋଷ୍ଠୀ କିମ୍ବା ଅନ୍ୟ କେହି ତାହା ସ୍ପଷ୍ଟ ହୋଇନାହିଁ । ଏହା ବିରୋଧୀଙ୍କ କାର୍ଯ୍ୟ ମଧ୍ୟ ହୋଇପାରେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଅବଶ୍ୟ ସେ ଦଳର ହୁଅନ୍ତୁ କି ବାହାର ଲୋକ ସେମାନଙ୍କୁ ବିରୋଧରେ ଥାନାରେ ଏତଲା ଦିଆଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ।

CONGRESS BHABAN-2

 

Leave A Reply

Your email address will not be published.