ଭଦ୍ରକ : ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ସ୍ଥାନୀୟ ଗ୍ରାମବାସୀଙ୍କ ଲଙ୍କାକାଣ୍ଡ ପରେ ଶୂନଶାନ ହୋଇଛି ଗାଁ। କଶିଆ ନିକଟ ବିନୋବା ଭାବେ ନଗର ଗାଁରେ ମଧ୍ୟ ଜନଶୂନ୍ୟ ହୋଇଛି। ପୁଲିସ ଗିରଫ ଭୟରେ ଅନେକ ଗ୍ରାମବାସୀ ଗାଁ ଛାଡ଼ି ବାହାର ରାଜ୍ୟକୁ ପଳାଇଯାଇଛନ୍ତି। ଆଉ କେତେକ ଅନ୍ୟତ୍ର ଆତ୍ମଗୋପନ କରିଥିବା ଜଣାପଡ଼ିଛି। ଗାଁରେ ପୋଲିସ ପଇଁତରା ମାରୁଥିବା ବେଳେ କେବଳ ବୃଦ୍ଧବୃଦ୍ଧା ଓ ଛୋଟପିଲା ହିଁ ରହିଛନ୍ତି । ଘରେ ରନ୍ଧାବଢା ବନ୍ଦ ରହିଥିବା ବେଳେ ଅନେକ ଘରେ ତାଲା ଝୁଲୁଛି। ବର୍ତ୍ତମାନ ସୁଦ୍ଧା ବିନୋବାଭାବେ ନଗର ଗାଁରୁ ୪୮ଜଣଙ୍କୁ ଗିରଫ କରିଛି ପୋଲିସ।
Prev Post