ପାତାଳି ଶ୍ରୀକ୍ଷେତ୍ରରେ ଗଡ଼ିଲା ନାହିଁ ରଥ, କେବଳ ହେଲା ନୀତିକାନ୍ତି

ସୋନପୁର (କେନ୍ୟୁଜ୍‌) : ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ଘୋଷଯାତ୍ରା । ହେଲେ ଚଳିତ ବର୍ଷ ମହାମାରୀ କରୋନା ଏବଂ ସୁପ୍ରିମ କୋର୍ଟଙ୍କ କଟାକଣା ଯୋଗୁଁ ସବୁଠି ଫିକା ପଡିଛି ରଥଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ମହାପ୍ରଭୁଙ୍କ ଅନନ୍ୟ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ ଏ ବର୍ଷ ରଥଯାତ୍ରା ଫିକା ପଡିଛି । କେବଳ ପରମ୍ପରା ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଛି । ମନ୍ଦିର ପରିସରରେ ହିଁ ମହାପ୍ରଭୁଙ୍କ ଯାତ୍ରା ସୀମିତ ସେବାୟତରେ ଅନୁଷ୍ଠିତ ହୋଇଛି ।

PATALI-3ଯେଉଁଠି ଆଜି ଭକ୍ତଙ୍କ ଗହଳ ଚହଳରେ ଫାଟି ପଡିବା କଥା ସେହି ସ୍ଥାନ ଆଜି ପୂରା ନିରୋଳା । ଲାଗୁ ନଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା ବୋଲି। ପ୍ରତିବର୍ଷ ଏହି ପୀଠରେ ମହାପ୍ରଭୁଙ୍କ ଘୋଷଯାତ୍ରା ମହା ସମାରୋହରେ ପାଳିତ ହେଉଥିଲା । ଆଖପାଖ ଅଂଚଳ ସମେତ ପଡୋଶୀ ଜିଲ୍ଲାରୁ ବି ଭକ୍ତମାନେ ଯାତ୍ରାରେ ସାମିଲ ହୁଅନ୍ତି । ହେଲେ କରୋନା କଟକଣା ଯୋଗୁଁ ଆଜି ଯାତ୍ରାରେ ସାମିଲ ହୋଇଥିବା ହାତ ଗଣତି ଭକ୍ତଙ୍କ ମନରେ ହରଷ ନଥିଲା ।

PATALI-2ତେବେ ନୀତିକାନ୍ତି ଯେଉଁଭଳି ଭାବରେ ହେବା କଥା ସେହି ଅନୁସାରେ କରାଯାଇଥିଲା । ପ୍ରଥମେ ଦ୍ୱାର ଫିଟା, ମଂଗଳ ଆଳତୀ, ଖେଚୁଡି ଭୋଗ, ବେଶ ଏବଂ ଟାହିଆ ଲାଗିଥିଲା । ଠାକୁରମାନଙ୍କୁ ବାଇଶି ପାହାଚ ଅବତରଣ କରିବା ପରେ ମନ୍ଦିର ପରିସର ମଧ୍ୟରେ ହିଁ ରଖାଯାଇଛି । ଏହି ମନ୍ଦିର ପରିସରରେ ହିଁ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବ ବୋଲି ପାତାଳି ଟ୍ରଷ୍ଟର ସଂପାଦକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.