ସୁର ବାବାଙ୍କ ଯୌନ କେଳେଙ୍କାରୀ ମାମଲା : ୭ଦିନ ଭିତରେ ବାଲିପାଟଣା ଥାନାରେ ହାଜର ହେବାକୁ ନୋଟିସ୍

ଭୁବନେଶ୍ବର : ଭୁବନେଶ୍ୱର ଉପଖଣ୍ଡ ଝିଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କୁ କମିଶନରେଟ ପୋଲିସର ନୋଟିସ । ୭ ଦିନ ଭିତରେ ବାଲିପାଟଣା ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୋଲିସ । ଗଞ୍ଜାମର ଜଣେ ଯୁବତୀ ସୁର ବାବାଙ୍କ ନାଁରେ ଅସଦାଚରଣ ଥାନାରେ ଅଭିଯୋଗ କରିଛନ୍ତିି । ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ତ୍ରାହି ଅଚ୍ୟୁତ ଆଶ୍ରମକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଥିଲା । ଯଥେଷ୍ଟ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ।

You might also like