ମିଶନ ଗଞ୍ଜାମ ଓ ବୌଦ୍ଧ, ଭଞ୍ଜନଗରରେ ୧୦୭ କୋଟିର ବିଭିିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୧୦୭ କୋଟି ଟଙ୍କାର ବିଭିନ୍ନ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର କରିଛନ୍ତି ନବୀନ । ଭଞ୍ଜନଗର ବସ୍‌ଷ୍ଟାଣ୍ଡ, ସ୍ୱତନ୍ତ୍ର ଉପ-କାରାଗାର ଓ ଟାଉନହଲ୍‌ ପାଇଁ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ସେହିପରି ୮୬ କୋଟି ୬୯ ଲକ୍ଷ ଟଙ୍କାର ୨୪ ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ନବୀନ କହିଛନ୍ତି, କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛିା ଚାଷୀ,ଭାଗଚାଷୀ,ଭୂମିହୀନଙ୍କ ପାଇଁ ବ୍ୟବସ୍ଥା ରହିଛି କାଳିଆ ଯୋଜନାରୋ କିନ୍ତୁ କେନ୍ଦ୍ରର ଚାଷୀଙ୍କ ପାଇଁ ଥିବା ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ ବ୍ୟବସ୍ଥା ନାହିାଁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ‘ଭୂମିହୀନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆାରୁଖଙ୍କ ସମେତ ପୋଲସରା, ସୋରଡା, ସାନଖେମୁଣ୍ଡି,ଖଲ୍ଲିକୋଟ ଓ ଆସିବା ବିଧାୟକଙ୍କ ସମେତ ବହୁ କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.