ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ପଦ୍ମପୁର(କେନ୍ୟୁଜ୍):ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏ ଏହା ଜାରି ରହିବ। ୧୦ତାରିଖରୁ ୧୭ତାରିଖ ସୁଦ୍ଧା ଯେ କୌଣସି ଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ଜଣେ ପ୍ରସ୍ତାବକ ମନୋନୟନ ପତ୍ର ଦାଖଲ କରିପାରିବେ। ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ସହାୟକ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ।

୧୮ ତାରିଖ ଦିନ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମନୋନୟନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀତ୍ୱ ପ୍ରତ୍ୟାହାର ପାଇଁ ନୋଟିସ୍‌, ସ୍ୱୟଂ ପ୍ରାର୍ଥୀ ଅଥବା ତାହା ଦାଖଲ କରିବା ପାଇଁ ପ୍ରାର୍ଥୀଙ୍କ ଦ୍ୱାରା ଲିଖିତ ଭାବରେ ପ୍ରାଧିକୃତ ପ୍ରସ୍ତାବକମାନଙ୍କ ମଧ୍ୟରୁ କୌଣସି ଜଣେ ବା ନିର୍ବାଚନ ଏଜେଣ୍ଟ ପାରାଗ୍ରାଫ୍‌ରେ ବି ନିର୍ଦ୍ଦିଷ୍ଟ ଯେ କୌଣସି ଅଧିକାରୀ ନିକଟରେ କାର୍ଯ୍ୟାଳୟରେ ୨୧ ତାରିଖ ଦିନ ଅପରାହ୍ନ ୩ ଘଣ୍ଟା ପୂର୍ବରୁ ଦାଖଲ କରିପାରିବେ। ଡିସେମ୍ବର ୫ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୪ ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.