ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ’ ୧୦ରେ ଭୋଟ୍ ଗ୍ରହଣ

ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମେ’ ୧୩ରେ ଭୋଟଗଣତି ହେବ । ମେ’ ୧୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଗ୍ରୀଷ୍ମକାଳ ହୋଇଥିବାରୁ କମ୍ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଆସିବାକୁ କୁହାଯାଇଛି । ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ନାମାଙ୍କନ ଦାଖଲ କରିବାକୁ ଆସିବା ସହ ସର୍ବାଧିକ ୩ଟି ଗାଡ଼ି ପ୍ରାର୍ଥୀ ଆଣି ପାରିବେ ।

ଝାରସୁଗୁଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜି ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲାସ୍ତରୀୟ ଇଭିଏମ୍ ଆଣ୍ଡ ଭିଭିପାଟ୍ ୱେୟାର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ମେସିନଗୁଡିକୁ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯିବାର ବ୍ୟବସ୍ଥା କରାଯାଉଛି l ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.