ଏଏସଆଇଙ୍କୁ ମିଳିବ କ୍ଷମତା, ସ୍ୱତନ୍ତ୍ର ଟ୍ରେନିଂପ୍ରାପ୍ତ ଏଏସଆଇ ହୋଇପାରିବେ ତଦନ୍ତକାରୀ ଅଧିକାରୀ

କେନ୍ୟୁଜ୍(ବ୍ୟୁରୋ):ଏଏସଆଇ ହେବେ ତଦନ୍ତକାରୀ ଅଧିକାରୀ । ସ୍ୱତନ୍ତ୍ର ଟ୍ରେନିଂପ୍ରାପ୍ତ ୧୦୧୬ ଜଣ ପୋଲିସ ଏଏସଆଇ ବିଭିନ୍ନ ଅପରାଧ ମାମଲାର ତଦନ୍ତ ଓ ଅନୁସନ୍ଧାନ କରିପାରିବେ। ଏହି ଏଏସଆଇମାନେ ପୋଲିସର ବିଭିନ୍ନ ଟ୍ରେନିଂ ସେଣ୍ଟରରେ ୪ ମାସ ପ୍ରଶିକ୍ଷଣ ନେଇଥିବା ବେଳେ ଥାନାରେ ୨ ମାସ ଧରି କାର୍ଯ୍ୟ କରିଛନ୍ତି । ପ୍ରଶିକ୍ଷଣ ଶେଷରେ ଲିଖିତ ପରୀକ୍ଷା ପାସ କରିଛନ୍ତି ।

ଏହାପରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ଦିଆଯାଇଛି । ଗତ ୨୦୨୦ ମସିହା ଡିସେମ୍ବରରେ ୧୦୯୨ଜଣ କନେଷ୍ଟଚବଳ, ହାବିଲଦାର ଓ ଲାନ୍‌ସ ନାଏକଙ୍କୁ ନିର୍ଦ୍ଦିଷ୍ଟ ଚୟନ ପ୍ରକ୍ରିୟାରେ ଏଏସଆଇ ପଦକୁ ପଦୋନ୍ନତି ଦିଆଯାଇଥିଲା । ଏବେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ହଜାରେରୁ ଅଧିକ ଏଏସଆଇଙ୍କୁ ବିଭିନ୍ନ ଅପରାଧ ମାମଲାର ତଦନ୍ତ ଓ ଅନୁସନ୍ଧାନ ପାଇଁ କ୍ଷମତାପ୍ରାପ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.