ଗଞ୍ଜାମ: ବିଲ୍ ପାସ୍ କରାଇଦେବା ପାଇଁ ସହକାରୀ ଯନ୍ତ୍ରୀ ନେଉଥିଲେ ୫୦ ହଜାର ଟଙ୍କା, ମାଡି ବସିଲା ଭିଜିଲାନ୍ସ
ଭଞ୍ଜନଗର(କେନ୍ୟୁଜ୍): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଧରାପଡିଲେ ସହକାରୀ ଯନ୍ତ୍ରୀ । ଗଂଜାମ ଜିଲ୍ଲା ଆସିକା ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଶ୍ବର ଦାସ । ଏକ କନଷ୍ଟ୍ରକସନ୍ କାର୍ଯ୍ଯର ବିଲ୍ ପାସ୍ କରାଇଦେବା ପାଇଁ , ଜଗମୋହନ ପଣ୍ଡା ନାମକ ଜଣେ ସୁପରଭାଇଜରଙ୍କ ଠାରୁ ଲାଞ୍ଚ ନେଉଥିଲେ ।
ଆସିକା ଠାରେ ତାଙ୍କ କାର୍ଯ୍ଯାଳୟ ଥିଲେ ମଧ୍ୟ ଟଙ୍କା ଲାଞ୍ଚ ନେବାପାଇଁ ବ୍ରହ୍ମପୁର ଡିଭିଜନ୍ ଅଫିସରେ ସେ ୫୦ ହଜାର ଟଙ୍କା ନେଉଥିଲେ । ଏହି ସମୟରେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏହାପରେ ତାଙ୍କ ଆସିକା ଅଫିସ୍ ଓ ବ୍ରହ୍ମପୁର ନୀଳକଣ୍ଠ ନଗରରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଏସପି – ହେନେରୀ କୁଲୁ ସୁଚନା ଦେଇଛନ୍ତି ।