Below header

ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: ଦ୍ୱିତୀୟ ଥର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ, କିନ୍ତୁ ସନ୍ତୁଷ୍ଟ ନୁହନ୍ତି ପରିବାର ଲୋକ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣାର ଦ୍ୱିତୀୟ ଥର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜୟପୁରରେ ପହଞ୍ଚି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀଙ୍କ ପରିବାରକୁ ପଚରାଉଚରା କରାଯାଇଛି । ତେବେ ଏହି ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ମୃତ ଦେବ ନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡା । ତଦନ୍ତ ଅଧିକାରୀ ବଦଳିବା ଯୋଗୁଁ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଉଛି । ହେଲେ ଆଗାମୀ ଦିନରେ ସିବିଆଇ ତଦନ୍ତ ଦାବି କରିବା ସହ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି କହିଛନ୍ତି ପୁଅ ଓ ପତ୍ନୀ ।

୨୦୧୯ରେ ମାଲକାନଗିରି ସଦର ମହକୁମ୍ମା ସତିଗୁଡା ଡ୍ୟାମରୁ ମୃତ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ମିଳିଥିଲା । ଘଟଣାରେ ପରିବାର ପକ୍ଷ ଏସଡ଼ିଜେଏମ କୋର୍ଟରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପିଙ୍କ ସହ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୋଲିସ ଡିଜି ଙ୍କୁ ଭେଟିଥିଲେ । ଦ୍ୱିତୀୟ ଥର ପାଇଁ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଥିଲେ ମଧ୍ୟ ପରିବାର ପକ୍ଷ ସନ୍ତୁଷ୍ଟ ନଥିବା କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.