ସାବଧାନ! କ୍ୟାପିଟାଲ ହସ୍ପିଟାଲକୁ ରୋଗ ଦେଖାଇବାକୁ ଆସିଲେ ଚୋରି ହେଉଛି ବାଇକ, ପୋଲିସ ନେଉନାହିଁ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ବଢୁଛି ଚୋରି ଡକାୟତି,ଲୁଟ୍,ହତ୍ୟା ଭଳି ଅପରାଧ। କଥା କଥାକେ ହେଉଛି ହଣା କଟା । ସତେ ଯେମିତି କ୍ରାଇମ କ୍ୟାପିଟାଲ ଦିଗକୁ  ଗତି କରୁଛି ରାଜଧାନୀ ଭୁବନେଶ୍ବର।  ଏକଥା ଆମେ କହୁନୁ ପ୍ରତ୍ୟେକ ଦିନ ଘଟୁଥିବା  ଘଟଣା ବୟାନ କରୁଛି । ଯାହା ନିତିଦିନ ଆପଣ ମାନଙ୍କ ସାମ୍ନାରେ ଘଟୁଛି।  ଏଭଳି ଏକ ଚୋରି ଘଟଣା କ୍ୟାପିଟାଲ ହସ୍ପିଟାଲ ପରିସରରେ ଘଟିଛି।

ପ୍ରାୟ ଦୁଇଦିନ ତିନିଦିନ ଅନ୍ତର ରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ପାର୍କିଂ ଲେଖା ହୋଇଥିବା ସ୍ଥାନରୁ ଗୋଟିଏ ଲେଖାଏଁ ଦୁଇ ଚକିଆ ଯାନ ଚୋରି ହେଉଛି।ଯାହାକି ପୋଲିସ ନଜରକୁ ଆସିଲେ ମଧ୍ୟ କ୍ୟାପିଟାଲ ଥାନା ପୋଲିସ ଏକଥା କୁ ଅଣଦେଖା କରିଛି।  କାରଣ ରାଜଧାନୀରେ  ଗାଡ଼ି ଚୋରି ସେମାନଙ୍କ ପାଇଁ ନିତିଦିନିଆ ଘଟଣା ପାଲଟି ଯାଇଛି। ଘଟିଥିବା ଘଟଣା ଅନୁସାରେ ଜିତେନ୍ଦ୍ର ରଥ ନାମକ ଜଣେ ଯୁବକ ନିଜର ପରିବାର ସହିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମ୍ପର୍କୀୟ ଲୋକଙ୍କୁ  ଦେଖିବାକୁ ଆସିଥିଲେ ।

କୋଭିଡ ପାର୍କିଂ ସ୍ଥାନରେ ନିଜ ବାଇକ(OD02AF9371) ରଖି ଲକ୍ କରି ଭିତରକୁ ଗଲେ ସମ୍ପର୍କୀୟଙ୍କୁ ଦେଖାକରିବା ପାଇଁ।  ୧୫ରୁ ୨୦ମିନିଟ ପରେ ଆସି ଦେଖନ୍ତି ତ ପାର୍କିଙ୍ଗ ଜାଗାରେ ଗାଡ଼ି ନାହିଁ।କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ଯାଇ ଏ ସଂକ୍ରାନ୍ତରେ  ଅଭିଯୋଗ କଲେ । କିନ୍ତୁ ଫାଣ୍ଡି ପୋଲିସ କ୍ୟାପିଟାଲ ଥାନାରେ ଏତଲା ଦେବାକୁ  ପରାମର୍ଶ ଦେଇଥିଲେ।ତେବେ ଜିତେନ୍ଦ୍ର ର.ଙ୍କ ଗାଡ଼ି ଚୋରିର  ଠିକ୍ ଦୁଇ ଦିନ ପୂର୍ବରୁ ସେହି ସ୍ଥାନରୁ ଆଉ ଜଣଙ୍କ ଗାଡ଼ି ମଧ୍ୟ ଚୋରି ହୋଇଥିବାର ଅଭିଯୋଗ ହୋଇଥିବା ସୂଚନା ମିଳିଛି।କିନ୍ତୁ ବାରମ୍ବାର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଲୋକଙ୍କ ଗାଡ଼ି ଚୋରି ଘଟଣାକୁ  ନେଇ ଅନେକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାର କରିବା  ସହ  ଏହି ଗାଡ଼ି ଚୋରି ଯଥା ଶୀଘ୍ର ବନ୍ଦ୍ କରିବା ସହିତ ଚୋରକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.