Below header

ରାଜଧାନୀରେ ନୂଆଖାଇ ଭେଟ୍‌ଘାଟ୍‌, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସଂଗଠନ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ନୂଆଖାଇ ଭେଟ୍‌ଘାଟ୍‌ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।
ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜନ ସମିତି ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ କଳିକେଶ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ନଗେନ୍ଦ୍ର ପ୍ରଧାନ, ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

BHETGHAT-1ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମାଜସେବୀ ସରସ୍ୱତୀ ପ୍ରଧାନ, ସାହିତ୍ୟିକ ଡ. ଗୋପବନ୍ଧୁ ରଥ, ଅବସରପ୍ରାପ୍ତ ପ୍ରଶାସକ କୃଷ୍ଣଗୋପାଳ ମହାପାତ୍ର, ଔପନ୍ୟାସିକ ରାଜେନ୍ଦ୍ର କୁମାର ପାଢ଼ୀ, ଦିବ୍ୟାଙ୍ଗ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଓ ପ୍ରାଚୁର୍ଯ୍ୟ କୁମାର ପ୍ରଧାନ, ମହିଳା ହକି ଖେଳାଳି ରସ୍ମିତା ମିଞ୍ଜ, ପାୟଲ ପଟେଲ, ନାଟ୍ୟକାର ଅରୁଣ ସାହୁ, ସଦାନନ୍ଦ ଖେତି, ସତ୍ୟପୀର ପଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ଟୁଇନ୍‌ ସିଟିରୁ ପ୍ରାୟ ୫ ହଜାର ଲୋକ ଯୋଗ ଦେଇଥିଲେ । ଏଥିରେ ପଶ୍ଚିମାଞ୍ଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.