Below header

ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ଆଜି ନୂଆଁଖାଇ । ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଁଖାଇ ପାଇଁ ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀଙ୍କୁ ନବାନ୍ନ ଲାଗି ହୋଇଛି । ଏହାପରେ ଏକାଠି ବସି ପରିବାର ଲୋକ ନବାନ୍ନ ଖାଇଛନ୍ତି । ନୂଆଁଖାଇ ସହ ଯୋଡ଼ି ହୋଇଛି ଜୁହାର ଭେଟ ପରମ୍ପରା । ଏହି ଅବସରରେ ସାନମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇଛନ୍ତି । ନୂଆଁଖାଇରେ ବିଭିନ୍ନ ସ୍ଥାନରେ ନାନା ସାଂସ୍କୃତିକ କାଯ୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ସୁବର୍ଣ୍ଣପୁର

subernapurସୁବର୍ଣ୍ଣପୁରରେ ରାଜରାଜୁଡା ଅମଳରୁ ପାଳିତ ହୋଇଆସୁଛି ପାହୁର ଯାତ୍ରା। ପରମ୍ପରା ଅନୁସାରେ ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ  ଓ ଅଷ୍ଟଚଣ୍ଡୀଙ୍କ ପାଖକୁ ରାଜଭୋଗ ଖଞ୍ଜା ହୋଇଛି। ଆଜି ସକାଳୁ ସେବାୟତଙ୍କ ଦ୍ୱାରା ସମଲେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଢୋଲ, ମହୁରୀ, ନିଶାଣ ବାଦ୍ୟ ଓ ଛତ୍ର ଛତ୍ରି ସହ ସହର ପରିକ୍ରମା କରିଛି ପାହୁର ଯାତ୍ରା। ଏହାପରେ ଇଷ୍ଟଦେବୀ ସୁରସୁରେଶ୍ୱରୀଙ୍କ ପାଖରେ ନୂଆଁ ଲାଗିବା ପରେ ପାଳନ ହୋଇଛି ନୂଆଁଖାଇ।

ବଲାଙ୍ଗିର

balangirନୂଆଁଖାଇଁ ପର୍ବ ପାଇଁ ଉତ୍ସବ ମୁଖର ବଲାଙ୍ଗିର ସହର। ପରମ୍ପରା ଓ ରୀତିନୀତି ଅନୁଯାୟୀ ଜମିରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରାଯାଇଛି। ଏହାପରେ ନିଜ ନିଜ ପରିବାର ସହ ମିଶି ନବାନ୍ନ ଭକ୍ଷଣ କରିଛନ୍ତି। ତାପରେ ଆରମ୍ଭ ହୋଇଥିଲା ଜୁହାର ଭେଟ୍‌।

ଝାରସୁଗୁଡ଼ା

jharusugudaଝାରସୁଗୁଡ଼ାରେ ନୂଆଁଖାଇକୁ ନେଇ ଉତ୍ସବର ମାହୋଲ । ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବା ସହ ସାନମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇଛନ୍ତି ।

ବରଗଡ

baragadaନୂଆଁଖାଇ ପାଇଁ ଉତ୍ସବ ମୁଖର ବରଗଡ଼ ସହର। ବିଭିନ୍ନ ସ୍ଥାନରେ ନାନା ସାଂସ୍କୃତିକ କାର୍ଯ୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଢୋଲ, ନିଶାନ ଓ ତାସାର ତାଳେ ତାଳେ ମତୁଆଲା ହୋଇଉଠିଛନ୍ତି କଳାକାରମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.