ଟାଙ୍ଗୀ (କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗାଁ ମାଛ ମାର୍କେଟରେ ମିଳୁଛି ବିରଳ ସାମୁଦ୍ରିକ ଜୀବ ଅକ୍ଟୋପସ। ମାଛ ଭଳି ମଧ୍ୟ ବଜାରରେ ଏହାର ଚାହିଦା ଖୁବ ଉଚାରେ ରହିଥିବା ଜଣା ପଡିଛି।
ମତ୍ସ୍ୟଜୀବୀମନେ ଚିଲିକାରେ ମାଛ ଧରୁଥିବା ବେଳେ ଏହି ଅକ୍ଟୋପସ୍ ଜାଲରେ ଲାଗି ମୃତ୍ୟୁବରଣ କରିଥାଏ । ତେଣୁ ଏହି ଅକ୍ଟୋପସକୁ ଆଣି ବଜାରରେ ବିକ୍ରୀ କରିଥାନ୍ତି ମତ୍ସ୍ୟଜୀବୀମାନେ। ଆଖପାଖ ଗାଁର କିଛି ଲୋକ ଏହାକୁ ଖାଉଥିବାର ମତ୍ସ୍ୟଜୀବୀମାନଙ୍କୁ ଠାରୁ ଶୁଣିବାକୁ ମିଳିଛି।
ତେବେ ଏହି ଅକ୍ଟୋପସ ଗୁଡିକ ବିରଳ ହେଇଥିବାରୁ ଏହାକୁ ଖାଇବା ଅପେକ୍ଷା ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହୋଉଛି।