ପ୍ରକାଶ ପାଇଲା +୨ ପ୍ରଥମ କଟ ଅଫ ମାର୍କ, www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ
ଭୁବନେଶ୍ବର(କେନ୍ଯୁଜ): ପ୍ରକାଶ ପାଇଲା +୨ ପ୍ରଥମ କଟ ଅଫ ମାର୍କ । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩ ପ୍ରତିଶତ ରହିଛି କଟ୍ଅଫ୍। ମୋଟ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୩ ଲକ୍ଷ ୮୬ ହଜାର ୪୬୪ ଛାତ୍ରଛାତ୍ରୀ। କଳାର ପ୍ରଥମ କଟ୍ଅଫରେ ୨ ଲକ୍ଷ ୪୭ ହଜାର ୯୦୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ବାଣିଜ୍ୟରେ ୨୪ ହଜାର ୫୬୦ ଓ ବିଜ୍ଞାନରେ ୧ ଲକ୍ଷ ୭ଶହ ୩୭ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।
ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି। www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ ହେଉଛି। ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପର ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ ।