୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ

ସମ୍ବଲପୁର:୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ। ସମ୍ବଲପୁର ଯୁଜୁମୁରା ବ୍ଲକ ଲିପିଣ୍ଡା, କେଶାପାଲି , କୟାକୁଦ ଓ ଗୋଡ଼ଲୋଇସିଂ ଗ୍ରାମ ପଞ୍ଚାୟତକୁ ଗତ ୨୦୨୦ରୁ ମରୁଡିର କ୍ଷତିପୂରଣ ମିଳିନାହିଁ। ଖରିଫ ଋତୁରେ ଏ ଅଞ୍ଚଳର ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ପ୍ରଶାସନିକ ଅଧିକାରୀମାନେ ଚଞ୍ଚକତା କରି ମରୁଡି ଘୋଷଣାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।

ଚାଷୀମାନେ ଫସଲ ବୀମା କରିଥିଲେ ମଧ୍ୟ ତାଙ୍କୁ ଫସଲ ବୀମାରେ ସାମିଲ କରାଯାଇନଥିଲା । କୌଣସି କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳ ଗୁଡିକୁ ମରୁଡି ଘୋଷଣା କରାଯାଇନାହିଁ। ବିଭିନ୍ନ ଦାବି ନେଇ ଚାଷୀ ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.