ଆଜି ବି ବିଧାନସଭା ଅଚଳ ,ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ କାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ): ଆଜି ବି ବିଧାନସଭା ହେଲା ଅଚଳ । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ କାର୍ଯ୍ୟ । ୩ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ସଦସ୍ୟ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିବାବେଳେ ବିଜେପି ସଦସ୍ୟ ଗୃହରେ ଘଣ୍ଟ ବାଡେଇଛନ୍ତି।

ହୋହଲ୍ଲା ଯୋଗୁ ବାଚସ୍ପତି ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ । ଗୃହ ମୁଲତବୀ ପରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକମାନେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି । ଏନେଇ ପ୍ରତିକ୍ରିୟାରେ ବାଚସ୍ପତି କହିଛନ୍ତି, ଗତକାଲି ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବ ନେଇ ରାସ୍ତା ବାହାରିଥିବା ଆଶା କରାଯାଉଥିଲା ।

କିନ୍ତୁ ଆଜି ପ୍ରଶ୍ନକାଳ ଆରମ୍ଭରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ବାଡ଼େଇ ଗୃହର ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଯଦି ସବୁ ବିଧାୟକ ଗୃହ ଚାଲିବ ପାଇଁ ପ୍ରସ୍ତୁତ ନୁହନ୍ତି ସେଠାରେ କଣ କରାଯିବ । ବାଚସ୍ପତି ନାଚାର । ଗୃହରେ ବିଶୃଙ୍ଖଳା କଲେ କେତେକ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇପାରିବ । ହେଲେ ସମସ୍ତ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ସେଠରେ କଣ କରାଯାଇପାରିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.