Below header

ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଓ ହୋହଲ୍ଲା, ଦିନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (କେନ୍ୟୁଜ) : ଚାଲିପାରୁନି ବିଧାନସଭା। ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଓ ହୋହଲ୍ଲା। ଗୃହ ମଧ୍ୟଭାଗକୁ ଆସି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ନାରାବାଜି କରିଥିଲେ। ମଣ୍ଡି ସମସ୍ୟା ଉଠାଇ ଉଭୟ ହଟ୍ଟଗୋଳ କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଶାସକ ଦଳ। ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ହଟ୍ଟଗୋଳ ଓ ହୋହଲ୍ଲା ହେବାରୁ ଦିନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.