ମିଆଁମାର: ବିରୋଧ ପ୍ରଦର୍ଶନରେ ୩୯ ଲୋକଙ୍କ ମୃତ୍ୟୁ, ଲାଗୁ ହେଲା ମାର୍ଶଲ ଲ’

ଚୀନ୍‌ର ଆର୍ଥିକ ସହାୟତାରେ ମିଆଁମାରରେ ଚାଲିଥିବା କାରଖାନା ଓ ଚୀନୀ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ସୈନ୍ୟ ଅଧିକାରୀମାନେ ସମ୍ପୃକ୍ତ ସ୍ଥାନରେ ମାର୍ଶଲ ଲ’ ଘୋଷଣା କରିଛନ୍ତି। ରବିବାର ପ୍ରଦର୍ଶନକାରୀମାନେ ୟଙ୍ଗୁନ୍‌ର ଉପନଗରୀୟ ଅଞ୍ଚଳରେ ଚୀନ୍‌ର ଆର୍ଥିକ ସହାୟତାରେ ଚାଲିଥିବା ଏକ କାରଖାନାରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ବିଭିନ୍ନ ସ୍ଥାନରେ ପ୍ରାୟ ୩୯ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି। କେବଳ ୟଙ୍ଗୁନ୍‌ରେ ହିଁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରଦର୍ଶନକାରୀମାନେ ଭାବୁଛନ୍ତି ଯେ ସେନାକୁ ଚୀନ୍‌ ସମର୍ଥନ କରୁଛି, ଏଣୁ ସେମାନେ ଆହୁରି ଉଗ୍ର ହୋଇଯାଇଛନ୍ତି।

martial law2

ମିଆଁମାର ସରକାର ଦେଶର ସବୁଠୁ ବଡ଼ ସହର ୟାଙ୍ଗୁନ୍‌ର କେତେକ ସ୍ଥାନରେ ମାର୍ଶଲ ଆଇନ୍‌ ଲାଗୁ କରିଛନ୍ତି। ଦେଶର ଶାସକ ଦଳକୁ ବିରୋଧ କରି ଅଶାନ୍ତି ଲାଗି ରହିଛି। ଶାସନ ଭାର ବର୍ତ୍ତମାନର ଶାସକ ଦଳ ହାତକୁ ଆସିବା ପରେ ଗତ ୬ ସପ୍ତାହ ଧରି ଦେଶରେ ଏଭଳି ଅଶାନ୍ତି ଲାଗି ରହିଛି। କିନ୍ତୁ ରବିବାର ବିଳମ୍ବିତ ରାତିରେ ପ୍ରଥମ ଥର ପାଇଁ ମାର୍ଶଲ ଆଇନ୍‌ ଲାଗୁ କରାଯାଇଛି। ଫଳରେ ସୁରକ୍ଷା ଦାୟିତ୍ୱ ସ୍ଥାନୀୟ ପୋଲିସ ବଦଳରେ ଏବେ ସିଧାସଳଖ ସେନା ବାହିନୀ ହାତରେ ରହିବ।

ସୂଚନାଯୋଗ୍ୟ ଯେ ଫେବ୍ରୁୟାରୀ ୧ରୁ ଶାସକ ଦଳ ବଦଳିବା ପରଠାରୁ ଏବେ ଯାଏଁ ୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୦୦ରୁ ଊର୍ଦ୍ଧ୍ୱ ଲୋକ ଗିରଫ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.