ସିଂହ ଛୁଆକୁ ଡ୍ରଗ୍ସ ଦେଇ କରାଇଲେ ‘ୱେଡିଂ ଫଟୋଶୁଟ’, ସୋସିଆଲ ମିଡିଆରେ ଭାଇରାଲ ପରେ ଏମିତି ଫସିଲେ ପାକିସ୍ତାନୀ ଦମ୍ପତି

ପାକିସ୍ତାନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଦମ୍ପତି ନିଜ ୱେଡିଂ ଫଟୋଶୁଟକୁ ସ୍ମରଣୀୟ କରିବା ପାଇଁ ସିଂହ ଛୁଆ ସହିତ ଫଟୋ ଉଠାଇଛନ୍ତି। କିନ୍ତୁ ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା, ତ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ଏବଂ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ।

ଏହି ଫଟୋକୁ ଷ୍ଟୁଡିଓ ଅଫଜଲ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲା, ଯାହାକି ଲାହୋରସ୍ଥ ଏକ ଫଟୋ ଷ୍ଟୁଡିଓ। ଷ୍ଟୋରୀର ହ୍ୟାଶ୍‌ଟ୍ୟାଗ ‘ଶେର୍‌ ଦୀ ରାନୀ’ ଲେଖାଯାଇଥିଲା। ଏଥିରୁ ଲୋକଙ୍କୁ ବିଶ୍ୱାସ ହୋଇଯାଇଥିଲା କି, ଏହା ଅସଲି ସିଂହ ଛୁଆ, ଯାହାକୁ ବେଆଇନ ଭାବେ ଉପଯୋଗ କରାଯାଇଛି। ଦାବି କରାଯାଉଛି କି, ଏହି ଫଟୋଶୁଟ ପାଇଁ ସିଂହ ଛୁଆକୁ ଡ୍ରେଗ୍ସ ଦିଆଯାଇଛି, ଯେପରି ଫ୍ରେମ୍‌ରେ ଏହାକୁ ପ୍ରପ୍‌ ରୂପେ ବ୍ୟବହାର କରାଯାଇ ପାରିବ। ତେବେ କଥା ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହୋଇଯାଇଥିଲା ଯେ ଶେଷରେ ଫଟୋ ଷ୍ଟୁଡିଓକୁ ସଫେଇ ଦେବାକୁ ପଡ଼ିଛି।

ଫଟୋଗ୍ରାଫର କହିଛନ୍ତି, ଫଟୋରେ ଦେଖାଯାଉଥିବା ସିଂହ ଛୁଆ ନା ତାଙ୍କର, ନା ତାକୁ ବେହୋଶ୍‌ କରାଯାଇଥିଲା। ଫଟୋଶୁଟ ପାଇଁ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିଥିଲୁ, ଯିଏ ସିଂହ ଛୁଆକୁ ପାଳିଥାଏ। ତାଙ୍କ ଲାଇସେନ୍ସ ବି ତାଙ୍କ ପାଖରେ ଅଛି। ଫଟୋଶୁଟ ସମୟରେ ସେହି ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ଆମେ ସିଂହ ଛୁଆକୁ କୌଣସି ବି ପ୍ରକାର କ୍ଷତି ପହଞ୍ଚାଇ ନାହୁଁ।

ଏକ ଖବର ମୁତାବକ, ଏହି ମାମଲାକୁ ପ୍ରଥମେ ଜେଏଫ୍‌କେ ଆନିମଲ ଶେଲ୍‌ଟର ନାମକ ସଂସ୍ଥା ସୋସିଆଲ ମିଡିଆରେ ଉଠାଇଥିଲା। ଫଟୋର ସତ୍ୟତା ଜାଣିବା ପାଇଁ ସଂସ୍ଥା କିଛି ଲୋକଙ୍କୁ ମଧ୍ୟ ଉକ୍ତ ଷ୍ଟୁଡ଼ିଓକୁ ପଠାଇଥିଲା। ଷ୍ଟୁଡିଓ ପକ୍ଷରୁ କୁହାଯାଇଥିଲା କି, ନିଜ ନିଷ୍ପତ୍ତିକୁ ନେଇ ଆମେ ଅନୁତାପ କରୁଛୁ। ସୋସିଆଲ ମିଡିଆରେ ଭିଡିଓ ଟ୍ରେଣ୍ଡ ହେବା ପରେ ଜଣେ ୟୁଜର ସ୍ଥାନୀୟ ଅଧିକାରୀଙ୍କୁ ଟ୍ୟାଗ୍‌ କରିଥିଲେ ଏବଂ ତାଙ୍କୁ ଅନୁରୋଧ କରିଥିଲେ କି, ସିଂହ ଛୁଆକୁ ଯେତେ ଜଲ୍‌ଦି ଉଦ୍ଧାର କରାଯାଉ।

ସେପଟେ ପଞ୍ଜାବ ବନ୍ୟପ୍ରାଣୀ ବିଭାଗ ଏ ନେଇ ସମ୍ପୃକ୍ତ ବର-କନ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି। ଅଧିକାରୀମାନଙ୍କ କହିବା ହେଲା, ବନ୍ୟପ୍ରାଣୀ ଏବଂ ପକ୍ଷୀମାନଙ୍କୁ କୌଣସି ବିବାହ ଉତ୍ସବରେ ସାଥୀରେ ନିଆଯାଇ ପାରିବ, କିନ୍ତୁ ସେମାନଙ୍କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.