ଖୋଲିବ କଙ୍କାଳ ରହସ୍ୟ, ଦାନ୍ତ, ହାଡ ଓ କେଶକୁ ପଠାଗଲା ଫରେନ୍‌ସିକ୍‌ ଲ୍ୟାବ

ଭୁବନେଶ୍ୱର (କେନ୍ୟୁଜ୍‌) : ଖୋଲିବ କଙ୍କାଳ ରହସ୍ୟ । ଡିଏନ୍‌ଏ ଟେଷ୍ଟ ପାଇଁ ଫରେନ୍‌ସିକ୍‌ ଲ୍ୟାବକୁ ଗଲା କଙ୍କାଳର କିଛି ଅଂଶ । ଦାନ୍ତ, ହାଡ ଓ କେଶକୁ ଫରେନ୍‌ସିକ୍‌ ଲ୍ୟାବକୁ ପଠାଯାଇଛି । କଙ୍କାଳରୁ ମିଳିଥିବା ଶୀତ ବସ୍ତ୍ରକୁ ରାଜ୍ୟ ଫରେନ୍‌ସିକ୍‌ ଲାବୋରେଟାରୀକୁ ପଠାଯାଇଛି । ସେହିପରି ମହିଳାଙ୍କ ପାଖରୁ ମିଳିଥିବା ସାମଗ୍ରୀର ଫଟୋ ସମସ୍ତ ଥାନାକୁ ପଠାଇବ କମିଶନରେଟ୍‌ ପୋଲିସ । ମୃତକଙ୍କ ପରିଚୟ ଜାଣିବା ପାଇଁ ଜାରି କରାଯିବ ସ୍କେଚ୍‌ । ଖପୁରୀ ଓ ହାଡ଼କୁ ହାଇଦ୍ରାବାଦ ପଠାଯାଇଛି । ଫେସ୍‌ ରିକନଷ୍ଟ୍ରକସନ୍‌ କରାଯାଇ ମହିଳାଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରାଯିବ । ଖୁବ୍‌ଶୀଘ୍ର ଏହାର ରିପୋର୍ଟ ଆସିପାରେ ।

ଫଟୋରୁ ଆନୁମାନିକ ମୁହଁ ମିଳିବା ପରେ ଏହାକୁ ପୋଷ୍ଟର କରି ଲଗାଯିବ । ତେବେ ଗାଡି ଭିତରେ ମହିଳାଙ୍କ ମୃତ୍ୟୁ ହୋଇଛି ନା ମୃତଦେହକୁ ଆଣି ଗାଡି ଭିତରେ ରଖାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ହତ୍ୟା ପୂର୍ବରୁ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି କି ? ମୃତଦେହ ନିକଟରେ ପଡିଥିବା ଗ୍ଲୋବ୍‌ସ ଓ ଚିଠି କାହାର ? ଏସବୁର ଉତ୍ତର ଖୋଜିବାକୁ ଚେଷ୍ଟା ଚାଲିଛି । ଫାଣ୍ଡି ପରିସରରୁ କଙ୍କାଳ ଜବତ ପରେ ପୋଲିସର ଭୂମିକା ବି ରହସ୍ୟ ଘେରକୁ ଆସିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସରଜମିନ ତଦନ୍ତ କରୁଛି ମହିଳା ଥାନା ପୋଲିସ । ଅନେକ ଅସମାହିତ ପ୍ରଶ୍ନର ରହସ୍ୟ ଭେଦିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.