Below header

ଆସନ୍ତା ୧୮ ତାରିଖରେ ବସିବ ସର୍ବ ଦଳୀୟ ବୈଠକ, ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଆସନ୍ତା ୧୮ ତାରିଖ ଦିନ ୧୧ଟାରେ ସର୍ବଦଳୀୟ ବୈଠକ ବସିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିଦିନ ହିଁ ନୂଆ ନିର୍ବାଚିତ ହୋଇଥିବା ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ।

୪୦ ଦିନ ଧରି ଚାଲିବାକୁ ଥିବା ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୨୦ରେ ଆଗତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଅତିରିକ୍ତ ଖର୍ଚ୍ଚ ଦାବି । ଅଧିବେଶନ ସମୟରେ ସମସ୍ତ ଶନିବାର ଓ ରବିବାରରେ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.