କୋଭିଡ କଟକଣା ଭାଙ୍ଗିଲା ୫୦ ବର୍ଷର ପରମ୍ପରା, ନିରାଡ଼ମ୍ବରରେ ପାଳିତ ହେଉଛି ଭଦ୍ରକ କାଳୀପୂଜା

ଭଦ୍ରକ(କେ ନ୍ୟୁଜ): ୫୦ ବର୍ଷ ପରେ ପ୍ରଥମ କରି ଭଦ୍ରକରେ ନିରାଡ଼ମ୍ବରରେ ପାଳିତ ହେଉଛି କାଳୀପୂଜା । କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି ପୂଜା। ଚଳିତ ବର୍ଷ ସହରର ମାତ୍ର ୧୦ଟି ପୂଜା ମଣ୍ଡପରେ ମା’ କାଳୀଙ୍କ ପୂଜା ଆରାଧନାର ଆୟୋଜନ କରାଯାଇଛି । ପ୍ରତିବର୍ଷ ସହରର ବିଭିନ୍ନ ସ୍ଥାନରେ କାଳୀପୂଜା ୧୦ ଦିନ ଧରି ମହାଆଡମ୍ବର ସହିତ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ ମାତ୍ର ଦୁଇ ଦିନ ପାଳନ କରାଯିବ ।

କରୋନା କାରଣରୁ ପୂଜା କମିଟିଗୁଡିକ ପକ୍ଷରୁ ତୋରଣ ନିର୍ମାଣ କରାଯାଇନାହିଁ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବନାହିଁ । ମାଆ କାଳୀଙ୍କ ମୂର୍ତ୍ତି ଉଚ୍ଚତା ମଧ୍ୟ ୪ ଫୁଟ କରାଯାଇଛି । କୌଣସି ପୂଜା ମଣ୍ଡପରେ ଏଥର ପାର୍ଶ୍ୱ ମୂର୍ତ୍ତି ନିର୍ମାଣ ହୋଇ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୨ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୧୫ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.