କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ, ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କଲେ ଅନୁରୋଧ

(କେନ୍ୟୁଜ): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି । ଆୟୁଷ୍ମାନ ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

ଦେଶର ୭୫ କୋଟି ହିତାଧୀକାରୀ ଏହି ସୁବିଧାର ଲାଭ ନେଉଛନ୍ତି । ଓଡ଼ିଶା ସରକାର ଏହି ଯୋଜନା ଲାଗୁ ନ କରିବା ଚିନ୍ତାଜନକ ବୋଲି ଧର୍ମେନ୍ଦ୍ର କହିଛନ୍ତି । ‘ପ୍ରାୟ ସାଢ଼େଚାରି କୋଟି ଓଡ଼ିଆ ଭାଇ-ଭଉଣୀ ‘ଆୟୁଷ୍ମାନ ଯୋଜନାର ଲାଭ ନେବାରୁ ବଞ୍ଚିତ ହେଉଥିବା ଧର୍ମେନ୍ଦ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.