କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା, ଦିଲ୍ଲୀରୁ ନାଇଜେରିଆର ସାଇବର ଠକକୁ ଗିରଫ କଲା ଓଡ଼ିଶା ପୋଲିସ

(କେନ୍ୟୁଜ): କ୍ରାଇମବ୍ରାଞ୍ଚ ହାତରେ ବଡ଼ ସାଇବର ଠକ। ନାଇଜେରିଆର ପାଟ୍ରିକ ଚିଜୋରମ ଓରାଜାକା ଗିରଫ। ଦିଲ୍ଲୀ ଦ୍ୱାରକାରୁ ଗିରଫ କଲା ଓଡିଶା ପୋଲିସ। ଟ୍ରାନଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଆଣିଛି ପୋଲିସ। ଆଜି କଟକ ଏସ ଡି ଯେ ଏମ୍ କୋର୍ଟରେ କରାଯିବ ହାଜର। କଟକର ଜଣେ ମହିଳାଙ୍କ ଠାରୁ ୨୮ ଲକ୍ଷ ୬୭ ହଜାର ଟଙ୍କାର ଠକେଇ ଅଭିଯୋଗ। ଇନ୍ସଟାଗ୍ରାମରୁ ହୋଇଥିଲା ସମ୍ପର୍କ। ଅଭିଯୁକ୍ତ ଠାରୁ ୧୬ ଟି ଦେବିଟ କାର୍ଡ। ୧୨ ଟି ମୋବାଇଲ ଫୋନ। ୨୨ ଟି ବ୍ୟାଙ୍କ ପାସ ବୁକ। ୧୦ ଟି ଚେକ ବୁକ। ୨୦ ଟି ସିମ କାର୍ଡ। ଗୋଟିଏ ଲ୍ୟାପଟପ। ପାସ ପୋର୍ଟ, ଆଧାର କାର୍ଡ, ପ୍ୟାଣ୍ କାର୍ଡ ଜବତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.