୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ୧୮ ପ୍ରସ୍ତାବକୁ କ୍ୟାବିନେଟ ମୋହର। ଆପାର୍ଟମେଣ୍ଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରତ୍ସୋହନ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସେ ଗୁଡିକରେ ଉତ୍ତରାଧୀକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କ୍ୟାବିନେଟରେ ପରିବର୍ତ୍ତିତ ଅଧିନିୟମ ଆଗତ ହୋଇଛି ।

ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି। ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭୂତଳ ଜଳର ପୋଷଣୀୟ ବିନିଯୋଗ ପାଇଁ ଖର୍ଚ୍ଚ ହେବ ଏହି ଅର୍ଥ। ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜିକରଣ ଫି ଛାଡ଼ କରାଯାଇଛି।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩୩୦.୧୭ କୋଟିର ମଞ୍ଜୁରୀ ମିଳିଛି। ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବୈଠକରେ ମଞ୍ଜୁରୀ ଦିଆଯାଇଛି। ଇନଷ୍ଟିଚ୍ୟୁଟ ଡେଭଲପମେଣ୍ଟ ପ୍ଲାନ ଯୋଜନା ମାଧ୍ୟମରେ ଭିସୁଟ୍‌ ପାଇଁ ୨ହଜାର କୋଟି ବ୍ୟୟ ବରାଦ ନିଷ୍ପତ୍ତି ନିଆଯାଇଛି।

ଏହାଦ୍ୱାରା ୨୨୨ ଗାଁର ୧.୬୧ ଲକ୍ଷ ଲୋକ ହେବେ ଉପକୃତ। ଏକାମ୍ର ଯୋଜନା ମାଧ୍ୟମରେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବିଭିନ୍ନ ପ୍ରାଚୀନ ସ୍ମାରକୀଗୁଡ଼ିକର ପୁନରୁଦ୍ଧାର ଓ ବିଭିନ୍ନ ସୁବିଧା ଉପଲବ୍ଧ କରିବା ପାଇଁ ୧ଶହ ୫୬ କୋଟି ୨୧ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। କୋଣାର୍କ ମନ୍ଦିରର ଆଖପାଖ ଭିତ୍ତିଭୂମିର ଉନ୍ନତି ପାଇଁ ୨ଶହ ୯କୋଟି ୭୩ଲକ୍ଷ ୭୦ହଜାର ଟଙ୍କା ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇଟି ସିନେମା ‘ଡେଲିଭରି ବଏ’ଓ ‘ଜ୍ୱିଗାଟୋ’କୁ କରମୁକ୍ତ କରିଛନ୍ତି ରାଜ୍ୟ ସରକାର।